ରାୟଗଡା ସକ୍ଷମ ଅନୁଷ୍ଠାନ ତରଫରୁ ପ୍ରତିନିଧିଙ୍କ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦାନ

ରାୟଗଡା, ୨୦/୦୯(ପ୍ରଫୁଲ୍ଲ କୁମାର ବେହେରା) : ସକ୍ଷମ ଅନୁଷ୍ଠାନ ତରଫରୁ ଏକ ତିନି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମ୍ମିଳନୀ କେରଳର କୋଚି ସ୍ଥିତ ଭାସ୍କରିୟମ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସକ୍ଷମ ଓଡିଶା ପଶ୍ଚିମ ପ୍ରାନ୍ତର ସଚିବ ଶ୍ରୀ ରାମ ଚନ୍ଦ୍ର ସାହୁ, ରାଜ୍ୟ ସଂଗ୍ରକ୍ଷକ ଶ୍ରୀ ବାଦଲ ତା, ପ୍ରାନ୍ତ କୋଷାଧକ୍ଷ ଶ୍ରୀ ବିଜୟ ମିଶ୍ର ଏବଂ ପ୍ରାନ୍ତ ଯୁବ ପ୍ରମୁଖ ଶ୍ରୀ ଶ୍ୟାମ କୁମାର ଦାଶ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ଦିବ୍ୟାଙ୍ଗମାନେ କିପରି ସରକାରୀ ଯୋଜନା ପାଇବେ, ସ୍ୱାବଲମ୍ବି ହେବେ, ପ୍ରତେକଟି କ୍ଷେତ୍ରରେ କିପରି ସୁଯୋଗ ପାଇବେ ଓ ତତ୍ସହିତ ସକ୍ଷମ ଅନୁଷ୍ଠାନ କିପରି ପ୍ରତେକ ଦିବ୍ୟାଙ୍ଗଙ୍କ ପାଖରେ ପହଞ୍ଚି ପାରିବ ତାହା ଉପରେ ବିସ୍ତୃତ ଆଲୋଚନା ହେଇଥିଲା । ଜିଲ୍ଲା ଓ ପ୍ରାନ୍ତ ସ୍ତରରେ ବିଭିନ୍ନ ପ୍ରକୋଷ୍ଠମାନ ମାଧ୍ୟମରେ ଦିବ୍ୟାଙ୍ଗ ସେବା କେନ୍ଦ୍ରମାନ ପ୍ରତିଷ୍ଠା କରି ୨୧ ପ୍ରକାର ଦିବ୍ୟାଙ୍ଗଙ୍କୁ ସେବା ଯୋଗାଇଦେବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ରାୟଗଡା କସ୍ତୁରୀ ନଗରଠାରେ ଏକ ଜିଲ୍ଲାସ୍ତରୀୟ ଦୃଷ୍ଟି ଯତ୍ନ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପଦାଧିକାରୀମାନଙ୍କୁ ପ୍ରସ୍ତାବ ଦିଆଗଲା । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ବରିଷ୍ଠ କାର୍ଯ୍ୟକର୍ତ୍ତା, କେରଳର ମହାମହିମ ରାଜ୍ୟପାଳ ଶ୍ରୀ ଅରିଫ ମହମ୍ମଦ ଖାନ, ସକ୍ଷମର ରାଷ୍ଟ୍ରୀୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଓ ତତ୍ସହିତ ଭାରତର ସମସ୍ତ ରାଜ୍ୟର ସକ୍ଷମ ପ୍ରାନ୍ତ ଅଧିକାରୀଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଗମ କରାଇଥିଲେ ।

blob:https://biplabnews.com/4158847b-8414-46ab-9985-1ae7b327b82d