ICICI ବ୍ୟାଙ୍କ ରାୟଗଡା ତରଫରୁ ପାଞ୍ଚ ଦିନିୟ ତାଲିମ ଶେଷ ।

ରାୟଗଡ଼ା,(ପ୍ରଫୁଲ୍ଲ କୁମାର ବେହେରା) ICICI ବ୍ୟାଙ୍କ ଏବଂ ICICI Foundation ର ଆର୍ଥିକ ସହାୟତା ଏବଂ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ, ରାୟଗଡ ମିଳିତ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର, ରାୟଗଡ ର ପ୍ରଶିକ୍ଷଣ କେନ୍ଦ୍ର ଠାରେ କାଶୀପୁର ବ୍ଲକ ପାଇଁ ICICI Foundation ଦ୍ୱାରା ନିଯୁକ୍ତ ପଶୁ ସଖୀ ଏବଂ ଆଞ୍ଚଳିକ ପ୍ରାଣୀସମ୍ପଦ ପରିଚାଳକ(CLM )ଙ୍କ ପାଇଁ ଆୟୋଜିତ ଛେଳି ମୂଲ୍ୟ ଶୃଙ୍ଖଲା, ଛେଳି ର ପ୍ରାଥମିକ ଚିକିତ୍ସା ଏବଂ ଟିକାକରଣ ସମ୍ବନ୍ଧିତ ପାଞ୍ଚ ଦିନିଆ ବୃତ୍ତିଗତ ଦକ୍ଷତା ବିକାଶ ତାଲିମ ଶିବିର ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଦ୍ଧା ଦେବ ସିଂ ଙ୍କର ଦ୍ୱାରା ଉଦଯାପିତ ହେଲା I

ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ହାଡିବନ୍ଧୁ ଭୋଇ, ICICI ବ୍ୟାଙ୍କ ରାୟଗଡା ଶାଖା ପରିଚାଳକ ଶ୍ରୀ ସରୋଜ କୁମାର ମହାପାତ୍ର, ICICI Foundation ର ପ୍ରକଳ୍ପ ପରିଚାଳକ ଶ୍ରୀ ଆଦିତ୍ୟ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ର ଅନ୍ୟ ଅଧିକାରୀ ଏବଂ ICICI Foundation ର କର୍ମଚାରୀ ମାନେ ଉପସ୍ଥିତ ଥିଲେ I ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ତତ୍ୱାବଧାନ ରେ ବରିଷ୍ଠ ପ୍ରାଣୀ ଚିକିତ୍ସକ ମାନଙ୍କ ଦ୍ୱାରା ଛେଳି ପାଳନ, ପ୍ରାଥମିକ ଚିକିତ୍ସା ଏବଂ ଟିକାକରଣ ତଥା ଅନ୍ୟାନ୍ୟ ବିଷୟରେ ୧୨/୯/୨୦୨୨ ରୁ ୧୬/୯/୨୦୨୨ ପର୍ଯ୍ୟନ୍ତ ସମୁଦାୟ ୩୨ ଜଣ ପଶୁସଖୀ ଏବଂ ୩ ଜଣ CLM ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମ କୁ ଡେଭେଲପମେଣ୍ଟ ଅଫିସର ରାକେଶ କୁମାର ଷଡ଼ଙ୍ଗୀ ଓ ଅନ୍ୟ କର୍ମକର୍ତା ପରିଚାଳନା କରିଥିଲେ I

https://biplabnews.com/wp-content/uploads/2022/09/icic-foundation.mp4