ଚନ୍ଦ୍ରପୁରୁ,୧୫/୯(ସିଦ୍ଧାର୍ଥ ଦାଶ):ରାଜ୍ୟରେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ନିର୍ମାଣ କରି ଅଧ୍ୟୟନ ମଧ୍ୟ ଚାଲିଆସୁଅଛି ।ହେଲେ ଅଧିକାଙ୍ସ ନିର୍ମାଣଧୀନ ଵିଦ୍ୟାଳୟର ଭିତ୍ତିଭୂମିର ନିଜସ୍ବ ନାମେ କିଛି କାଗଜାତ ନଥାଇ ସରକାର ଜାଗାରେ ଜଵର ଦଖଲଭଳି ଥିବାରୁ ମହାସମସ୍ୟା ଦେଖାଦେଉଥିଲା। ସେହି ସମସ୍ୟାକୁ ଦୂରକରିବାକୁ ଆମର ପ୍ରୀୟ ମୁଖ୍ୟମନ୍ତ୍ରୀ ନିର୍ମାଣଧିନ ବିଦ୍ୟାଳୟ ନାମରେ ସ୍ଥାୟୀପଟା କରାଯିବାପାଇଁ ବିଭାଗିୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ।ହେଲେ ରାୟଗଡାଜିଲ୍ଲା ଉପାନ୍ତ ଚନ୍ଦ୍ରପୁରୁ ଵ୍ଲକର ୩୦ଟି ସ୍କୁଲର ସ୍ଥାୟୀ ପଟ୍ଟା ଦୀର୍ଘ ଦିନହେଵ ହୋଇପାରିନଥିଲା।ଏହି ତହସିଲରେ ନୂତନ କରି ଯୋଗଦେଇଥିବା ଭାରପ୍ରାପ୍ତ ତହସିଲଦାର ଶ୍ରୀସରୋଜ କୁମାର ନାୟକ ଵେହେରାଙ୍କ ଉଦ୍ୟମରେ ସମ୍ପୃକ୍ତ ବିଦ୍ୟାଳୟର ରୟତି ସତ୍ବ ଅଧିକାରମିଳିପାରିଛି।ଏହି ପରିପ୍ରେକ୍ଷିରେ ଗତକାଲି ତହସିଲ କାର୍ଯ୍ୟାଳୟ ଠାରେ ସମ୍ପୃକ୍ତ ଵିଦ୍ୟାଳୟର ଶିକ୍ଷକ ମାନଙ୍କ ଉପସ୍ଥିତିରେ ତହସିଲଦାରଶ୍ରୀ ନାୟକ ଵେହେରା ନିର୍ମାଣଥିବା ଵିଦ୍ୟାଳୟ ଜାଗାର ପଟ୍ଟା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀସୁଜିତ ଵ୍ରେକଵେଡା,ରାଜସ୍ବ ପରିଦର୍ଶକ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହି,ଏବିଡିଓ ଶ୍ରୀ ରମାକାନ୍ତ ମିଶାଲ,ସର୍ଭେୟର୍ ଶ୍ରୀ ଚରିତ୍ର ଵେହେରା,ଓ ତହସିଲ କର୍ମଚାରୀ ଉପସ୍ଥିତଥିଲେ।