ଗୁଣପୁର,୧୪/୦୯(ସିଦ୍ଧାର୍ଥ ଦାଶ): ଚଳିତ ଶିକ୍ଷା ବର୍ଷ ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଉଚ୍ଚ ନମ୍ବର ରଖି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା 75 ଜଣ ଵିଦ୍ୟାର୍ଥୀନୀ ବିଦ୍ୟାର୍ଥୀ ମାନଙ୍କୁ ABVP ଗୁଣପୁର ଦ୍ୱାରା ପୁରସ୍କାର ବିତରଣ କରଯାଇଥିଲା । ମହର୍ଷି ଗୁରୁକୂଳ ପ୍ରଯୋଜନା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ରାଜେନ୍ଦ୍ର ପ୍ରସାଦ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ କପିଳେଶ୍ୱର ତାଣ୍ଡି ଓ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିଖିକା ସଙ୍ଘମିତ୍ର। ମିଶ୍ର ଉପସ୍ଥିତ ରହି । ବିଦ୍ୟାର୍ଥୀ ମାନଙ୍କୁ ନିଜର ଉଦ୍ୟମ, କର୍ମତତ୍ପର ରହିବା ସହ ସଂଯମୀ ଓ ରାଷ୍ଟ୍ର ପ୍ରତି ଉତ୍ସର୍ଗୀକୃତ ରହିବା ଦରକାର ବୋଲି ମାର୍ଗଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମ କୁ ବିଦ୍ୟାର୍ଥୀ ପରିଷଦ ର ବରିଷ୍ଠ କାର୍ଯ୍ୟକାର୍ତ୍ତା ଡ଼ ପ୍ରଶାନ୍ତ ହୋତା ସ୍ୱାଗତ କରିଥିଲେ ,ସଭାପତି ପ୍ରଫୁଲ୍ଲ ଲିମା ସଂଯୋଜନା କରିଥିଲେ ,ସଂପାଦକ ଦେବାଶିଶ ସେନାପତି ବିବରଣୀ ପାଠ କରିଥିଲେ। ।
ସଭାରେ ପୂଣ୍ୟ ଶ୍ଳୋକ ସାହୁ ଧନ୍ୟବାଦ ଆର୍ପଣ କରିଥିବାବେଳେ ଇନ୍ଦ୍ର।କ୍ଷୀ ଦାଶ୍ ପୁରସ୍କାର ଓ ସମ୍ବର୍ଦ୍ଧନା କୁ ସଂଯୋଜନା କରିଥିଲେ । ଶତ ପ୍ରତିଶତ ଉଚ୍ଚ ନମ୍ବର ର ପରୀକ୍ଷା ଫଳ ନିମନ୍ତେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ଗଜପତି ରାଓ, ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ ଶତପଥୀ ସମ୍ବର୍ଦ୍ଧିତ ହୋଇଥିଲେ ସେଭଳି ଜିଲ୍ଲା ସ୍ତର ବିଜ୍ଞାନ ରେ ଉଚ୍ଚ ନମ୍ବର ରଖିଥିବା ଜି ସାଇ ଶ୍ରୀ ସୁବୁଦ୍ଧି ,ବଂଶଧାରା ମହାବିଦ୍ୟାଳୟ ର ଓ ମ୍ୟାଟ୍ରିକ ରେ ଉଚ୍ଚ ନମ୍ବର ରଖିଥିବା ଡି ଆୟୁସମାନ ssvm ର ଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧିତ କରାଯାଇଥିଲା । ସେଭଳି ପ୍ରଯୋଜକ ଓ ଶତ ପ୍ରତିଶତ ପରୀକ୍ଷା ଫଳ ରଖୀଥିବା ମହର୍ଷି ଗୁରୁକୁଳ ର ରାଜେଶ କୁମାର ପଣ୍ଡା ଓ ପ୍ରିୟବ୍ରତ ବିଶୋଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭିକ ସଙ୍ଗୀତ ଓ ବନ୍ଦେ ମାତାରମ ଶିଶୁ ବିଦ୍ୟ ମନ୍ଦିର ଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପ୍ରମୁଖ ଶେଷ ସାଇ ସେନାପତି, ବିଭାଗ ପ୍ରମୁଖ ଉମ ଦାଶ୍ ,ବି କିରଣ କୁମାର, ସାଇ ପାଣିଗ୍ରାହୀ, ବି ସତୀଶ କୁମାର ,ମାନସ ବୈଦ୍ୟ ଭୂଷଣ ପ୍ରମୂଖ ପରିଚ।ଳନ। କରିଥିଲେ ।