ରାୟଗଡ଼ା,12/09 (ପ୍ରଫୁଲ୍ଲ କୁମାର ବେହେରା ): ରାୟଗଡ଼ା ଜିଲ୍ଲା କୁ ରାଜ୍ୟପାଳ ଙ୍କ ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଆଜି ସାରିଥିବା ବେଳେ , ଗତକାଲି ସନ୍ଧ୍ୟା 07 ଟା ବେଳେ ସର୍କିଟ ହାଉସ ପହଞ୍ଚି ଆରାମ କରିଥିବା ବେଳେ ଆଜି ସକାଳ 10ଟା ବେଳେ ପ୍ରଥମେ କୋଲନରା ସ୍ଥିତ ଡାଙ୍ଗ ସରଗି ଗ୍ରାମ ଯାଇ ସେଠାରେ ଗେଣ୍ଡୁ ଫୁଲ ଚାଷ ଓ ମହୁ ଉତ୍ପାଦନ ଚାଷୀ ଙ୍କୁ ଭେଟି ଥିବା ବେଳେ ଦେପୁର ସ୍ଥିତ ଅମୃତ ସରୋବର ବୁଲି ଦେଖିଥିଲେ , ପରେ ମଧ୍ୟାହ୍ନ ଭୋଜନ ସାରି ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ପାଠ ର ଉପରେ ଆଲୋଚନା କରିବା ସହ ସେମାନଙ୍କୁ ଏହି ଉପରେ ଆଲୋକପାତ କରି ଉପଦେଶ ଦେଇଥିଲେ , ପରେ ରାୟଗଡ଼ା ଜି ସି ଡି ଉଚ୍ଚ ବିଦ୍ୟାଳୟ ଯାଇ ସେଠାରେ ଛାତ୍ର ଛାତ୍ରୀ ଙ୍କ ଗହଣ ରେ କିଛି ସମୟ ବିତାଇ ଥିଲେ ପରେ ସର୍କିଟ ହାଉସ୍ ଯାଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ଅଧିକାରି ମାନଙ୍କ ସହ ଆଲୋଚନା କରି ରାତ୍ରୀ ଭୋଜନ କରି 11ଟା ସମୟରେ ହୀରାଖଣ୍ଡ ଏକ୍ସପ୍ରେସରେ ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି । ଏହା ରାଜ୍ୟପାଳ ଙ୍କ ସରକାରି ଗସ୍ତ ଥିବାବେଳେ ଏହି ଗସ୍ତକୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ଲୋକେ ସ୍ବାଗତ କରିଥିଲେ ।