ରାୟଗଡ଼ା, (ପ୍ରଫୁଲ୍ଲ ବେହେରାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳ ଉଷାପଡା ନିକଟରେ ନିର୍ମାଧୀନ ଶ୍ରମିକ ଭାବରେ କାମ କରୁଥିବାବେଳେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି | ଉକ୍ତ ଅଞ୍ଚଳ ନିକଟରୁ ରକ୍ତଜୁଡୁ ବୁଡୁ ଅବସ୍ଥାରେ ଦୁଇଜଣଙ୍କ ଶରୀର ଦେଖିବାକୁ ମିଳିଥିଲା | ଉକ୍ତ ଦୁଇଜଣ ହେଲେ ମୁଣ୍ଡାଗାଁ ର ପୁରୁଷ ରଶିକ ପ୍ରଧାନ ଓ ସାନମାଟିକଣାର ରିମା ମାଝୀ |
ସୂଚନାଅନୁଯାୟୀ ରସିକ ଓ ରିମାଙ୍କ ପ୍ରେମ ଜନିତ ସମ୍ପର୍କ ଥିଲା, କିନ୍ତୁ ଆଜି ହଠାତ କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି |ରସିକଙ୍କ ତିନୋଟି ପିଲାଛୁଆ ବୋଲି ମଧ୍ୟ ଖବର ଆସୁଛି | ଆଜି ଅପରାହ୍ନ ସମୟରେ ଏହି ଘଟଣା ଘଟିଥିବା ବେଳେ ରିମାମାଝୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ରସିକ ଙ୍କ ଅବସ୍ତା ସଂକତାପନ୍ନ ଥିବାରୁ ପ୍ରଥମେ ଉତ୍କଳ ମେଡିକାଲ ଓଷାପଡା ରୁ ରାୟଗଡା ସ୍ଥାନାନ୍ତର ହୋଇଛନ୍ତି |ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ଏକ ଧାରୁଆ ଛୁରୀ ସହ ତଦନ୍ତ ଜାରି ରହିଛି