ଢେଙ୍କାନାଳ, ୩୧/୦୮ (ଶୁଭମ ପାଣି) : ଢେଙ୍କାନାଳ ପୌରପାଳିକା କାର୍ଯାଳୟ ଠାରେ ନିଖିଳ ଭାରତ ସ୍ଵାୟତ ଶାଶନ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ପୌର ପାଳିକାର ପୌରଅଧକ୍ଷା ଶ୍ରୀମତି ଜୟନ୍ତି ପାତ୍ର ପତକା ଉତୋଳନ କରି ଆମେ ମିଳିମିଶି ପୌରପାଳିକାକୁ ସରସ ସୁନ୍ଦର କରିବା ଓ ମିଳି ମିଶି କାମ କରିବା ପାଇଁ ବାର୍ତ୍ତା ଦେଇଥିଲେ । ଏଥିରେ ଉପସ୍ଥିତି ଥିଲେ ପୌର ନିର୍ବାହୀ ଅଧିକାରୀ ଅତୁନ କୁମାର ସାମନ୍ତ, ଉପାଧକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଆଁର, ଅତିବରିଷ୍ଠ ସହାୟକ ସରୋଜ କୁମାର ରାଉତ, ବରିଷ୍ଠ ସହାୟକ ଶ୍ରୀ ଚନ୍ଦ୍ରିକା ପଣ୍ଡା , ଟ୍ୟକ୍ସ ଦାରାଗା ବସନ୍ତ କୁମାର ପଟ୍ଟନାୟକ , ପୌରଯନ୍ତ୍ରୀ ଶ୍ରୀମତି ରଶ୍ଚିତା ମିଶ୍ର ଓ ସମସ୍ତ ନବ ନିର୍ବାଚିତ ପାର୍ଥୀ ଓ ସମସ୍ତ ପୌର କର୍ମଚାରି ଓ ସ୍ଵଚ୍ଛ ସାଥି ।
ଏହି ଦିବସ ଉପଲକ୍ଷେ ଆଜି ବର ପୁତ୍ର ମାନଙ୍କୁ ମାଲ୍ୟାପର୍ଣ କରାଯାଇଥିଲା । ପ୍ରଥମେ ବସ୍ଷ୍ଟାଣ୍ଡ ନିକଟରେ ଥିବା ମହାତ୍ମା ଗାନ୍ଧୀ ଙ୍କୁ ତାପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ତଃ ଆମ୍ବେଦକର, କୋଟ ପାଖରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସ , ବସ୍ଷ୍ଟାଣ୍ଡ ପାଖରେ ଥିବା ସହିଦ ସ୍ମୃତି ସ୍ତମ୍ଭ ,ବାଜି ଚୌକ ସ୍ଥିତ ସହିଦ ବାଜି ରାଉତ ଙ୍କ ସ୍ମତି ପିଠ, ସୁପର ମାର୍କେଟ ସ୍ଥିତ ଇନ୍ଦିରା ଗାନ୍ଧିଙ୍କ ପ୍ରତିମୃତି, ଗୋପବନ୍ଧୁ ଟାଉନ ହଲ ସ୍ଥିତ ଗୋପବନ୍ଧୁ ଦାସ, ରଥଗଡ଼ା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ,ବଳରାମ ମନ୍ଦିର ସ୍ଥିତ ସାରଙ୍ଗଧର ଙ୍କ ମୂର୍ତ୍ତିରେ, ମହିଳା ମହାବିଦ୍ୟାଳୟ ଆଗରେ ଥିବା ନେତାଜି ସୁବାସ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି, ପୌରପାଳିକାର ପାର୍କ ରେ ଥିବା ବ୍ରଜନାଥ ବଡଜେନା ଙ୍କ ପ୍ରତିମୂର୍ତ୍ତି ର ପୁଷ୍ପ ମାଳ ଅର୍ପଣ କରିଥିଲେ ଓ ଶେଷର ମିନି ଷ୍ଟାଡିୟମ ସ୍ଥିତ ତ୍ରରଙ୍ଗା ପତାକା ପାଖରେ ପୁଷ୍ପ ଅର୍ପଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ ପୌରଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର,ଉପାଧକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଆଁର, ପୌର ନିର୍ବାହୀ ଅଧିକାରୀ ଅତୁନ କୁମାର ସାମନ୍ତ ଓ ନବ ନିର୍ବାଚିତ କାଉନସିଲର ମାନେ ଉପସ୍ଥିତି ଥିଲେ । ପୌରଯନ୍ତ୍ରୀ ଶ୍ରୀମତି ରଶ୍ଚିତ ମିଶ୍ର ଓ ସମସ୍ତ ପୌର କର୍ମଚାରି ଉପସ୍ଥିତି ଥିଲେ । ।