ଗୁଣପୁର ପୌର ପରିଷଦ ଠାରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି ।

ଗୁଣପୁର, ୩୧/୦୮ : (ସିଦ୍ଧାର୍ଥ ଦାସ) : ରାୟଗଡ ଜିଲ୍ଲା ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟ ଠାରେ ସ୍ୱାୟତ ଶାସନ ଦିବସ ୨୦୨୨ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ ସଭା ରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧକ୍ଷା ଶ୍ରୀମତୀ ମମତା ଗୌଡ଼ , ପୌର ପରିଷଦ ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ , ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ହୋଇଥିଲେ । ଏହି କାର୍ଯ୍ୟକ୍ରମ କୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାଶ ପରିଚାଳନା କରିଥିବା ବେଳେ ପରିଷଦ ର ସମସ୍ତ କାଉନ୍ସିଲର ମାନେ ଉପସ୍ଥିତ ରହିଥିଲେ ।

ମଞ୍ଚାସିନ ଅତିଥି ମାନେ ଦୀପ ପ୍ରଜ୍ବଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜିର ଦିବସ ରେ ୭ ଜଣ ଙ୍କୁ ହରିଶ୍ଚନ୍ଦ୍ର ସହାୟତା ଭତ୍ତା , ୫ ଜଣ ଙ୍କୁ ଭେଣ୍ଡିଙ୍ଗ ସାର୍ଟିଫିକେଟ ଏବଂ ୯ ଜଣ ଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଦିଆଯାଇଥିବା ବେଳେ ୨ ଜଣ ଙ୍କୁ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ ସହ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଉକ୍ତ ସଭା ରେ ସମ୍ମାନିତ ଅତିଥି ତଥା ପୌର ପରିଷଦ ଅଧକ୍ଷା ଶ୍ରୀମତୀ ମମତା ଗୌଡ଼ ଗୁଣୁପୁର ପରିମଳ ବ୍ୟବସ୍ଥା କୁ ଆହୁରି ଅଧିକ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ପରିମଳ ସଫେଇ କର୍ମୀ ଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଅତ୍ୟାଧୁନିକ ସାମଗ୍ରୀ ର ବ୍ୟବସ୍ଥା କରାଯାଇଛି ଏବଂ ସହର ର ସମସ୍ତ ବସ୍ତି ବାସିନ୍ଦା ଙ୍କୁ ଥଇଥାନ ଯୋଜନା ରେ ଘରଦିହ ପ୍ରମାଣ ପତ୍ର , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଅନ୍ତର୍ଭୁକ୍ତ କରି ନୂତନ ଭାବେ ଗଢି ଉଠିଥିବା ସହି ମାନଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦିଆଯିବ ବୋଲି ନିଜ ଅଭିଭାଷଣ ରେ କହିଥିବା ବେଳେ ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ ଆଜିର ଶୁଭ ଦିବସ ରେ ସଂକଳ୍ପ ନେବା ଯେ ଗୁଣପୁର ସହର କୁ ପରିଷ୍କାର ରଖିବା , ରାସ୍ତା କଡ ରେ ବୃକ୍ଷ ରୋପଣ କରିବା , ଗୃହ ପାଳିତ ପଶୁ ଙ୍କୁ ରାସ୍ତା ଉପରକୁ ଛାଡିବା ନାହିଁ , ଅଳିଆ ଗୁଡାକୁ ରାସ୍ତା ୱାରେ ନ ପକାଇ ଏକ ନିର୍ଦ୍ଧିଷ୍ଟ ସ୍ଥାନ ରେ ରଖିବା ଓ ନିୟମଟି ଟିକସ ପୈଠ କରିବା ସହ ଯେଉଁ ଗୁଣପୁର ସହର ରେ ଆମେ ବାସ କରୁଛୁ ସେ ସହର ଆମର ଆପଣା ର ତାହାର ମଙ୍ଗଳ ସାଧନ କରିବା ଏହି ପବିତ୍ର ସ୍ୱାୟତ ଶାସନ ଦିବସ ରେ ଆମ ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବୋଲି ନିଜ ଅଭିଭାଷଣ ରେ କହିଥିଲେ ।