ବିଜେଡି ନେତା ଯଯାତି ସାହୁ ହତ୍ୟା ମାମାଲା ରେ ମାଓ ନେତା ସବ୍ୟସାଚୀ ନିର୍ଦ୍ଦୋଷ ରେ ଖଲାସ ; ଏ.ଡି.ଜେ କୋର୍ଟ ଙ୍କ ରାୟ ପ୍ରକାଶ

ଗୁଣପୁର, (ସିଦ୍ଧାର୍ଥ ଦାସ) ବହୁ ଚର୍ଚ୍ଚିତ ବିଜେଡି ନେତା ଯଯାତି ସାହୁ ହତ୍ୟା ମାମଲା ର ରାୟ ପ୍ରକାଶ ପାଇଛି | ଗୁଣପୁର ଏଡିଜେ କୋର୍ଟ ମାଓନେତା ସବ୍ୟସାଚୀ ପଣ୍ଡା ଙ୍କୁ ଏହି ମାମାଲା ରେ ଆଜି ନିର୍ଦୋଷ ରେ ଖଲାସ କରିଥିବା ସବ୍ୟସାଚୀ ଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି | ୨୦୦୨ ମସିହା ନଭେମ୍ବର ୨୬ ତାରିଖ ରେ ଗୁଡାରୀ ଥାନା ନାଇରା ଗାଁ ରେ ଯଯାତି ସାହୁ ଘରେ ଥିବା ବେଳେ ଘରୁ ଡାକି ନେଇ ବିଳମ୍ବିତ ରାତିରେ ସଂଘ ବଦ୍ଧ ଭାବେ ହତ୍ୟା କରାଯାଇଥିଲା | ଉକ୍ତ କେଶ ରେ ସବ୍ୟସାଚୀ ଙ୍କୁ ପୋଲିସ ପକ୍ଷଭୁକ୍ତ କରିଥିବା ବେଳେ ଦୀର୍ଘ ୨୦ ବର୍ଷ ପରେ ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି |