କଲ୍ୟାଣସିଂହପୁର,26/8(ପ୍ରଫୁଲ୍ଲ କୁମାର ବେହେରା), ରାୟଗଡ଼ା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ନିୟମଗିରି ପାହାଡ ର ପାର୍ସାଲି ଗ୍ରାମ ରେ ଥିବା ଅଙ୍ଗନବାଡି କେନ୍ଦ୍ର ର କାନ୍ଥରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟର ରେ ମାଓବାଦି ମାନେ ନୀୟମଗିରି ଅଞ୍ଚଳ ର ମହିଳା ମାନଙ୍କୁ ମାଓ ସଂଗଠନ ରେ ସାମିଲ୍ କରି ନିରୀହ ଆଦିବାସୀ ଡଙ୍ଗୀରିଆ ମାନଙ୍କ ସରଳତାର ସୁଯୋଗ ନେଇ ଝିଅ ବହୁଙ୍କ ଇଜ୍ଜତ ସହିତ ଖେଳଖେଳୁଛନ୍ତି।ଗତ କିଛି ବର୍ଷ ମଧ୍ୟରେ କିଛି ନାବାଳିକା ଝିଅ ମାନଙ୍କୁ ମାଓ ସଂଗଠନରେ ସାମିଲ କରି ଜୌନ ଅତ୍ୟାଚାର କରି ଗର୍ଭନଷ୍ଟ କରିଛନ୍ତି।ଛତିଶଗଡ଼ ଅଞ୍ଚଳର ଲକ୍ଷ୍ମୀ ନାମକ ଜଣେ କ୍ୟାଡ଼ରକୁ ଗର୍ଭବତୀ କରି ଛାଡିଦେଇଥିଲେ ଜାହାଫଳରେ ଉକ୍ତ ଲକ୍ଷ୍ମୀ ର ୧୩ ବର୍ଷର ଝିଅ ଲାଖପଦର ଗ୍ରାମରେ ଅନାଥ ଭାବେ ରହୁଛି।ଏହାସହ ଲାଖପଦର ଗ୍ରାମର ପାର ଶିକକା,ମିଞ୍ଜାଳି ଶିକକା, କୁର୍ସୁମୁହି ଗ୍ରାମର ପଦ୍ମା ଶିକକା ଜିଏକି ଏବେ ୬ମାସର ଗର୍ଭବତୀ ଅଛନ୍ତି।ଓ ସଂଗଠନରୁ ତଡାଖାଇ ବିଭିନ୍ନ ଗ୍ରାମରେ ଭିକ୍ଷାମାଗି ଦୁର୍ଦିନରେ ଦିନ କାଟୁଛନ୍ତି।ସଭ୍ୟସମାଜରୁ ଆମ ସଂଗଠନର ନେତ୍ରୃତ୍ବ ନେଉଥିବା ଲିଙ୍ଗରାଜ ଆଜାଦ ମାଓବାଦୀ ମାନଙ୍କୁ ପ୍ରସୟ ଦେଉଛନ୍ତି। ନିୟମଗିରି ନେତା ଲଦଶିକକା,ଡ୍ରିଞ୍ଜୁ କୁର୍ସିକା,ସୋମ୍ବାରୁ ଶିକକା ମାଓବାଦୀ ମାନଙ୍କ ସହ କୌଣସି ସମ୍ପର୍କ ନାହିଁ କହୁଥିବା ବେଳେ ନିୟମଗିରି ଅଞ୍ଚଳର ଡଙ୍ଗରିଆ ଝିଅମାନେ ମାଓ ସଂଗଠନରେ ସାମିଲ ହେଲେ କେମିତି ? ସେହି ସମୟରେ ନିୟମଗିରି ର ଉକ୍ତ ଡଙ୍ଗରିଆ ନେତା ମାନେ ମାଓବାଦୀ ମାନଙ୍କୁ ମନା କରିପାରିବେ କି? ଆମ ମାନବାଧିକାର ଅନୁଷ୍ଠାନକୁ ମଧ୍ୟ ଅନୁରୋଧ କରୁଛୁ ଡଙ୍ଗରିଆ ଜନଜାତି କୁ ରକ୍ଷାକରିବା ପାଇଁ ଏହି ଧ୍ବଂସକାରୀ ମାଓବାଦୀ ଓ ଧଳାହାତୀଙ୍କୁ ଏହି ଏରିଆରେ ପ୍ରବେଶ କରିବାପାଇଁ ବାରଣ କରନ୍ତୁ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ଶେଷରେ ସଚେତନ ଡଙ୍ଗରିଆ ଜୁବପରିସଦ,ନିୟମଗିରି ସୁରକ୍ଷା ସମିତି ବୋଲି ଉକ୍ତ ପୋଷ୍ଟର ରେ ଉଲ୍ଲେଖ ରହିଛି।