ଢେଙ୍କାନାଳ,୨୫/୦୮(ଶୁଭମ ପାଣି) : ଢେଙ୍କାନାଳ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଏକ ଆଇନ ସଚେତନତା ଶିବିର ସ୍ଥାନୀୟ ରେଙ୍ଗାଳି କୋଲୋନି ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବିଭିନ୍ନ ସମାଜ ମଙ୍ଗଳ ଯୋଜନା ବିଷୟରେ ଶିବିରରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ମାନେ ସବିଶେଷ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତି ମମିତା ସାହୁ ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ଅବଗତ କରାଇଥିଲେକି କିଭଳି ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ପାଇପାରିବେ ଏବଂ ଯଦି କୌଣସି ସମୟରେ କାହାର ଅଧିକାର କ୍ଷୁବ୍ଧ ହେଉଥାଏ ସେ କିଭଳି ଭାବରେ ଆଇନଗତ ସହାୟତା ପାଇପାରିବ । ମୁନିସିପାଲିଟି କନ୍ତ୍ରୀ ଶ୍ରୀମତି ରଶ୍ମିତା ମିଶ୍ର ମୁନିସିପାଲିଟି ଦ୍ବାରା କରାଯାଉଥିବା ସରକାର ଙ୍କର ବିଭିନ୍ନ ଜନମଙ୍ଗଳ ଯୋଜନା ବିଷରେ ଆଲୋକପାତ କରିଥିଲେ । Programme-cum-Protection_officer, Dhenkanal, ଶ୍ରୀମତି ସଶ୍ମିତା ରଣସିଂହ ସରକାରଙ୍କ ଦ୍ବାରା ପ୍ରଣିତ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଓ ଯୋଜନା ବିଷୟରେ ବିଷଦ ଭାବରେ ଆଲୋଚନା କରିଲେ। ପ୍ରାଧିକରଣର PLV, ଶ୍ରୀ ରାମେଶ୍ଵର ମାଇତି ଓ ଅନୁପ ନାୟକ ଶିବିର ପରିଚାଳନାରେ ସହାୟତା କରିଥିଲେ ।