ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଗୁଣପୁର ପୌରପରିଷଦର ୱାର୍ଡ ନଂ 5 ସମସ୍ତ ବାସିନ୍ଦାଙ୍କ ଦ୍ୱାରା ବୃକ୍ଷ ରୋପଣ

ଗୁଣପୁର,୧୪/୦୮(ସିଦ୍ଧାର୍ଥ ଦାଶ) : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଗୁଣପୁର ପୌରପରିଷଦର ୱାର୍ଡ ନଂ 5 ସମସ୍ତ ବାସିନ୍ଦାଙ୍କ ଦ୍ୱାରା ବୃକ୍ଷ ରୋପଣ କରାଗଲା। ପ୍ରକୃତି ସୁରକ୍ଷା ଓ ସାମାଜିକ ଦାୟିତ୍ୱ ବୋଧତାକୁ ହ୍ରୁଦୟଙ୍ଗମ କରି ୱାର୍ଡ ନଂ 5ର ବାସିନ୍ଦା ମାନେ ଆଜି ସ୍ଥାନୀୟ ପ୍ରଶିକ୍ଷଣ ବିଦ୍ୟାଳୟ ନିକଟରେ ବିଭିନ୍ନ କିସମର ବୃକ୍ଷମାନ ରୋପଣ କରିଥିଲେ। ନିମ,ବେଲ,ଅଁଳା, କଦମ, ବାଦାମ ଭଳି ପ୍ରକୃତିର ବନ୍ଧୁ ସ୍ୱରୁପ ବୃକ୍ଷ ରୋପଣ କରାଯାଇଥିଲା । ୱାର୍ଡ ବାସିନ୍ଦାଙ୍କ ମିଳିତ ଏଭଳି ପଦକ୍ଷେପ ଏକ ନୂତନ ପ୍ରୟାସ ଯୋଗୁଁ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା ମିଳିଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ୱାର୍ଡ ମେମ୍ବର ଶାନ୍ତୁନୁ ରଥ, ଚିନ୍ମୟ ପାଣିଗ୍ରାହୀ, ପୂର୍ଣ୍ଣ ଷଡଙ୍ଗୀ, ଉମ ଦାସ, ଡିଡି ବାଉରୀ, ଶିଵ ସାହୁ, ଦେବାଶିଷ ସାହୁ, ବନାଞ୍ଚଳ ଅଧିକାରୀ ନୀଳମାଧବ ପ ଵନପାଳ ଶିବାନୀ ପାତ୍ର, ବନରଖି ଶିବ ଶଙ୍କର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ଆର. ବିଜୟ ଶେଖର, ସୁରେନ୍ଦ୍ର ଗୌଡ଼ ପୃମୁଖଙ୍କ ତତ୍ୱାବବଧାନ ରେ କରାଯାଇଥିଲା ।