ଇଶ୍ରମ କାର୍ଡ ସଂଶୋଧନ କରିଦେବୁ କହି ନିରୀହ ଲୋକ ଙ୍କୁ ଠକିନେଲେ ୫୦ ହଜାର ରୁ ଉର୍ଦ୍ଧ ଟଙ୍କା l

ଟିକିରି/ରାୟଗଡ଼ା,୧୩/୦୮ (ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡୁଡୁକା ବାହାଲ ଗ୍ରାମ ପଞ୍ଚାୟତ ଡୁଡୁକା ବାହାଲ କୁନ୍ଦୁପୁଟ ଗାଁରୁ ଅଜଣା ଦୁଇ ଯୁବକ ଠକି ନେଲେ ୫୦ ହଜାର ରୁ ଉର୍ଦ୍ଧ ଟଙ୍କା l ସେମାନେ କହିବା ଅନୁସାରେ ଇ ଶ୍ରମ କାର୍ଡ ତମର ଭୁଲ ଅଛି ଠିକ କରିଦେବୁ କହି କନ୍ଦୁପୁଟ ଗାଁ ରୁ ଆଠ ଜଣ ପରିବାର ଙ୍କ ଠୁ ଇ ଶ୍ରମ କାର୍ଡ ଓ ଆଧାର କାର୍ଡ ମାଗି ଫିଙ୍ଗର ପ୍ରିଣ୍ଟ ସ୍କେନର ସାହାଯ୍ୟ ରେ ଟିପ ମାଗି ନେଇଁ ଥିବା କହିଛନ୍ତି ଗ୍ରାମ ବାସି l ଏହି ଦୁର୍ଗମ ଇଲାକା କାଶୀପୁର ବ୍ଲକ ରେ ଝାଡାବାନ୍ତି ର କାୟା ବିସ୍ତାର କରି ଗୋଟେ ପରେ ଗୋଟେ ଜୀବନ ନେଉ ଥିବା ବେଳେ l ଏହା ଏକ ବଡ଼ ଦୁଃଖଦ ଘଟଣା ଘଟାଇ ଛନ୍ତି ନିରୀହ ଆଦିବାସୀଙ୍କ ଝାଳ ବୁହା ଧନ ଠକି ନେଇଁ ତାଙ୍କ ମନରେ ଆଘାତ ଦେଇଛନ୍ତି l ସେହି ଅଜଣା ଦୁଇ ଜଣ ଠକ କାଶୀପୁର ବ୍ଲକ ଅଫିସରୁ ଆସିଛୁ ବୋଲି କହିଥିଲେ ଓ ତମ ଗାଁକୁ ରାସ୍ତା ମଧ୍ୟ ନାହିଁ ଆମେ କରାଇ ଦେବୁ ବୋଲି କହିଥିଲେ l ଏହି ଘଟଣାକୁ ନେଇଁ ଗ୍ରାମ ବାସି କହିବା ଅନୁସାରେ ଆମେ କାଶୀପୁର ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଯାଇଥିଲୁ କିନ୍ତୁ ବିଡ଼ିଓ ବ୍ଲକରେ ଅନୁପସ୍ଥିତ ରହିଥିବା ହେତୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ ର ଉତ୍ତର ଦେଇ ନ ଥିଲେ l