ଗୁଣୁପୁର,(ସିଦ୍ଧାର୍ଥ ଦାସ) : ବିଶ୍ବ ବନ୍ଧୁତ୍ବ ଦିବସ ଅବସରରେ ସ୍ଥାନିୟ ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟ ପରିସରରେ ଫ୍ରେଞ୍ଜୀ ନାଇଟ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ ଅକ୍ଷୟ କୁମାର ଦାସ, ସେକ୍ରେଟାରୀ ଶ୍ରୀ ସଞ୍ଜୟ କୁମାର ସାହୁ, ପ୍ରିନ୍ସିପାଲ ଡଃ.ପ୍ରକାଶ ଚନ୍ଦ୍ର ସେନାପତି, ପ୍ରଫେସର ଡଃ.କାହ୍ନୁଚରଣ ପାଣିଗ୍ରାହୀ, ଅଧ୍ୟାପକ ଜଗଦିଶ ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ଶ୍ରୀ ପି.ଭି କୋଟେଶ୍ୱର ରାଓ ପ୍ରମୁଖ ମଞ୍ଚାସୀନ ଥିଲେ ।
ଆଜାଦୀ କୀ ଅମୃତ ମୋହଛବ ଅବସରରେ ଦେଶର ମୈତ୍ରୀ,ଏକତା ବଜାୟ ରକ୍ଷା କରିବା ପାଇଁ ଯୁବ ବର୍ଗଙ୍କୁ ମଞ୍ଚାସୀନ ଅତିଥି ମାନେ ଆହ୍ଵାନ ଦେଇଥିଲେ । ବନ୍ଧୁତ୍ବ ଦିବସର ମହତ୍ବ ବିଷୟରେ ଅତିଥିମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଏଥିରେ ଅନୁଷ୍ଠାନର ଚତୁର୍ଥ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସୁଦୂର ଭୁବନେଶ୍ବରର ଆଜେକ୍ସ ସାଂସ୍କୃତିକ ଅନୁଷ୍ଠାନ ସହ ସମ୍ମିଳିତ ହୋଇ ଏକ ସାଂସ୍କୃତିକ ସଂନ୍ଧ୍ଯା ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ପ୍ରଥମ,ଦ୍ବିତୀୟ,ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ କୁ ଅନୁପମ ସାହୁ,ଅନୁପ ଦାସ,ସୌମ୍ୟ ବିଶ୍ବାଳ, ବି.ଚନ୍ଦ୍ରିକା,ଅର୍ଚ୍ଚନା ଚାନ୍ଦ,ସୁଜାତା ନାୟକ, ଶାଶ୍ଵତୀ ବେହେରା,ସ୍ବଦେଷ୍ନା ମହାନ୍ତି,ଲୋହା ବାଉରୀ,ଚୈତନ୍ୟ ପ୍ରଧାନ,ଜନ୍ମେଜୟ ଆଚାର୍ଯ୍ଯ,ରାଜିବ ପଣ୍ଡା,ପ୍ରଫୁଲ୍ଲ ମହାନ୍ତି,ପ୍ରଫୁଲ୍ଲ ପଟ୍ଟନାୟକ,ବାବୁଲା ଦାସ,ବିଷ୍ଣୁ ରଥ,ଦେବେନ୍ଦ୍ର ମିଶାଲ,ଶ୍ରୀକାନ୍ତ ପଣ୍ଡା,ରବି ଗୌଡ,ଜୁଜା ବିଡିକା,ସୁମତି,ମମତା ପଣ୍ଡା,ଲକ୍ଷ୍ମୀ ପାଢୀ,ଅଭି ବେହେରା ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ ।