କେନ୍ଦ୍ରୀୟ ଆକଂlକ୍ଷା ଜିଲ୍ଲା ପ୍ରଭାରୀ ଅଧିକାରୀ ଶ୍ରୀ ଜି ଶ୍ରୀନିବାସ ଭା. ପ୍ର.ସେ,ଓ ଭୂତଳ ଜଳ ବୋର୍ଡ଼ ବୈଜ୍ଞାନିକ ଆର.କେ.ବର୍ମାଙ୍କ ଦୁଇଦିନିଆ ରାୟଗଡ ଜିଲ୍ଲା ଗସ୍ତ l” ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା”

ରାୟଗଡ,୦୪/୦୮(ପ୍ରଫୁଲ୍ଲ କୁମାର ବେହେରା): କେନ୍ଦ୍ରୀୟ ଆକାଂକ୍ଷା ଜିଲ୍ଲା ପ୍ରଭାରୀ ଜି ଶ୍ରୀନିବାସ,ଆଇ.ଏ.ଏସ,ଭୂତଳ ଜଳ ବୋର୍ଡ଼ ବୈଜ୍ଞାନିକ ଆର.କେ.ବର୍ମାଙ୍କ ରାୟଗଡ ଜିଲ୍ଲା ଦୁଇଦିନିଆ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି l” ରାୟଗଡ ଗସ୍ତରେ ଆସି ଗତକାଲି ଜିଲ୍ଲାର କଲନରା ବ୍ଲକର ଥେରୁବାଲି ଧକ୍ଷତା ବିକାଶ କେନ୍ଦ୍ର, କାର୍ତ୍ତିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ରେଲିପଦର ଗ୍ରାମର ଅମୃତ ସରବର ପାଖରୀ ପରିଦର୍ଶନ କରିଥିଲେ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ lଏହାପରେ ରେଲିପଦର ଗ୍ରାମର ଜଳ ଜୀବନ ମିଶନ ପରିଦର୍ଶନ କରିଥିଲେ l ସେଠାରୁ ପାଇକ ପଦ ଗସ୍ତ କରି ଅଙ୍ଗନ ୱlଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ l ଡୁମୁରିଗୁଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋପୀ କlଙ୍କୁବାଡି ଗ୍ରାମକୁ ଯାଇ ସେଠାରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ l ବଡ ଖିଲାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରାଗାଡି ଗ୍ରାମକୁ ଯାଇ ସେଠାରେ ଜୀବିକା ମିଶନ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ ଓ ପ୍ରଶଂସା କରିଥିଲେ।ଏହାପରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର, ସହରାଞ୍ଚ ସ୍ୱାସ୍ଥ୍ୟ କେନ୍ଦ୍ର, ଅଶୋକ କଲ୍ୟାଣ ମଣ୍ଡପ ଠାରେ କରାଯାଇଥିବା ଜଳ ଅମଳ ପ୍ରକଳ୍ପ ପରିଦର୍ଶନ କରିଥିଲେ l ଏହାପରେ କୁମୁତୁଲପେଟା ଉଗ୍ରତାରା 5ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ l ଦ୍ବିତୀୟ ଦିନ ପ୍ରଭାରୀ ଅଧିକାରୀ ରାମନାଗୁଡା ବ୍ଲକର ମୁକୁନ୍ଦପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କରୁବାଇ ଗ୍ରାମର ଜଳ ଅମଳ ପ୍ରକଳ୍ପ ପରିଦର୍ଶନ କରିଥିଲେ l ତାପରେ ରାମନାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ l ପାରିଖଇଟି ଗ୍ରାମପଂଚାୟତ ଅନ୍ତର୍ଗତ ଖିଲାପଦର ଗ୍ରାମରେ ନିର୍ମିତ ଅମୃତ ସରବର ପାଖରୀ ପରିଦର୍ଶନ କରିଥିଲେ l ଏହାପରେ ବ୍ଲକ କାର୍ଯ୍ୟାଳୟ ପରିସରରେ କରାଯାଇଥିବା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ l ଏହାପରେ ସୋରିଷପଦର ଗ୍ରାମରେ ଚାଷ କରାଯାଇଥିବା ମତ୍ସ୍ୟ ଚାଷ କୁ ପରିଦର୍ଶନ କରିଥିଲେ l ଶେଷରେ ବାଙ୍ଗିଛକରେ କରାଯାଇଥିବା ପlମ ତେଲ ଚାଷକୁ ଯାଇ ପରିଦର୍ଶନ କରିଥିଲେ l


ଏହି କ୍ଷେତ୍ର ପରିଦର୍ଶନରେ ପ୍ରଭାରୀ ଅଧିକାରୀଙ୍କ ସହିତ ଜିଲ୍ଲାପାଳ ରାୟଗଡ ସ୍ୱଧା ଦେଵସିଂ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ରବିନାରାୟଣ ତ୍ରିପାଠୀ, ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। କ୍ଷେତ୍ର ପରିଦର୍ଶନ ପରେ ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭା ଗୃହରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରଭାରୀ ଅଧିକାରୀ ଯୋଗଦେଇ ଜିଲ୍ଲାର ବିଭିନ୍ନ ବିଭାଗୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ l ଜିଲ୍ଲା ପାଳ ଜିଲ୍ଲାର ଉନ୍ନତି ଓ ବିକାଶ ପଥରେ କାର୍ଯ୍ୟକାରୀ କରାଯାଉଥିବା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ସ୍ବାସ୍ଥ୍ୟ ସେବା, ସମନ୍ୱିତ ଶିଶୁ ବିକାଶ, ସମାଜ କଲ୍ୟାଣ, ଶିଶୁ ସୁରକ୍ଷା, ଦକ୍ଷତା ବିକାଶ, କୃଷି, ପ୍ରାଣୀ ଚିକିତ୍ସା, ଶିକ୍ଷା ବ୍ୟବସ୍ଥା ଓ ଗମନାଗମନ ଇତ୍ୟାଦି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ସନ୍ତୋଷ ପ୍ରକାଶ କରି ବିଭାଗୀୟ ଅଧିକାରୀ ମାନେ ଅଧିକ ଯତ୍ନ ବାନ୍ ହୋଇ ଜନ କଲ୍ୟାଣ ଯୋଜନା ର ସଫଳ ରୂପାୟନ ରେ ନିଜର ଦାୟିତ୍ଵ ତୁଲାଇ ବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

https://biplabnews.com/wp-content/uploads/2022/08/WhatsApp-Video-2022-08-04-at-10.04.00-PM.mp4

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ତ୍ରିପାଠୀ, ମୁଖ୍ୟ ଚିକିତ୍ସଧିକାରୀ ଡ଼ାକ୍ତର ଲlଲମହୋନ ରାଉତରାୟ, ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପଦ୍ମ ଚରଣ ନାୟକ,, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଯଜ୍ଞସେନି ବେହେରା, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମୀୟ ନିର୍ମାଣ ବିଭାଗ,ଜିଲା ମୁଖ୍ୟ କୃଷି ଅଧିକାରୀ,ଉଦ୍ୟାନ ବିଭାଗ,ମତ୍ସ୍ୟ ବିଭାଗ, ଜଳ ବିଭାଜିକ ମିଶନ, ଜିଲ୍ଲା ଶିକ୍ଷ୍ୟା ଅଧିକାରୀ, ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।