ରାୟଗଡା,୦୩/୦୮(ପ୍ରଫୁଲ୍ଲ କୁମାର ବେହେରା): ସ୍ଥାନୀୟ ମଝି ଘରିଆଁଣି ମନ୍ଦିରରୁ ଆଦିବାସୀ ସଂଘ ତରଫରୁ ଏକ ସଚେତନତା ରଥ ବାହାର କରି ଥିଲେ। ଏହି ରଥ ରାୟଗଡା ଜିଲ୍ଲାର ପୁର ପଲ୍ଲୀ ସହର ପରିକ୍ରମା କରି ସମସ୍ତ୍ ଜନସାଧାରଣ ଓ ଆଦିବାସୀ ଜନଜାତି ଅଞ୍ଚଳ ର ଭାଇ ଓ ଭଉଣୀ ମାନଙ୍କୁ ସଚେତନ କରାଇ ଆଗାମୀ ଅଗଷ୍ଟ ମାସ ୦୯ ତାରିଖ ଦିନ ରାୟଗଡା ଜି ସି ଡ଼ି ପଡ଼ିଆରେ ଆୟୋଜନ କରାଯାଉଛି। ଉକ୍ତ ଦିନ ବିଶ୍ଵ ଆଦିବାସୀ ଦିବସ ପାଳନ ଉପଲକ୍ଷେ ସମସ୍ତେ ବହୁ ସଂଖ୍ୟାରେ ଯୋଗ ଦେଇ ଉକ୍ତ ମହା ସମାବେଶକୁ ସଫଲ୍ୟ ମଣ୍ଡିତ କରିବେ ବୋଲି ସଚେତନ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଆଦିବାସୀ ଜନଜାତି ବରିଷ୍ଠ ନେତା ଶ୍ରୀ ଲାଲ ବିହାରୀ ହିମରିକା, ଗଙ୍ଗାଧର ପୁଆଲା, ପ୍ରତାପ ପୂଆଲା, ଚକ୍ର ବିଡ଼ିକା ,ତପନ ପେଦାନଟି,ଅନୁଶୟା ମାଝି ଇତ୍ୟାଦି ପୁରୁଖା ଆଦିବାସୀ ନେତା ମାନେ ଶ୍ରୀ ଶ୍ରୀ ମଝି ଘରିଆଁଣି ମନ୍ଦିରର ସମ୍ମୁଖରେ ଉପସ୍ଥିତ ରହି ନଡିଆ ଭାଙ୍ଗି ରଥକୁ ସବୁଜ ରଙ୍ଗର ପତକା ଦେଖାଇ ରଥ ଆରମ୍ଭ କରିଥିଲେ|