ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପ୍ରଶାସନ ଓ ସ୍ୱାତୀ ର ମିଳିତ ଆନୁକୁଲ୍ୟରେ ପଞ୍ଚାୟତ ସମିତି ବୈଠକ ଗୃହରେ ସରକାରଙ୍କ ବିଭିନ୍ନ ଗରିବ ଦୁରୀକରଣ ଯୋଜନା ଓ ଟ୍ରାନସ୍ଜେଣ୍ଡର ସଶକ୍ତି କରଣ କାର୍ଯ୍ୟକ୍ରମ “ସ୍ୱୀକୃତୀ” ଉପରେ ସଚେତନତା କର୍ମଶାଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନି ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିସାବତି ମଲ୍ଲିକ , ଉପାଧକ୍ଷା ନିକଜିନି ଦିଗାଳ, ବନବାସୀ ସେବା ସମିତିର ସହ ସଂପାଦକ ରବିନ୍ଦ୍ର କୁମାର ପଣ୍ଡା, ଶାନ୍ତିମୈତ୍ରି ର ମୁଖ୍ୟ ଭଗବାନ ଜେନା ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିବା ସହ କିନ୍ନର ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ସବୁ ସ୍ତରରେ ବାଛ ବିଚାରକୁ ପଛରେ ପକାଇ ସରକାରଙ୍କ ସମସ୍ତ ସୁବିଧା ହାସଲ କରି ଜୀବନ ଜିବିକା ସୃଦୃଢ କରିବାକୁ ହେବ ବୋଲି କହିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦିନେସ କୁମାର କହଁର ଉପସ୍ଥିତ ରହି ବିଭିନ୍ନ ଯୋଜନା ତଥା ସାମାଜିକ ସୁରକ୍ଷା ରେ ହିତାଧିକାରୀ କିଭଳି ପେନସନ, ପ୍ରୋତ୍ସାହନ ଓ ସ୍ବୀକୃତି ଯୋଜନା ସହ ଯୋଡି ହେବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।
ଗ୍ରାମପଂଚାୟତ ଅଧିକାରୀ ଅମରେଶ ରଥ ନବନିର୍ବାଚିତ ପ୍ରତିନିଧି କିପରି ପଲ୍ଲି ଓ ଗ୍ରାମ ସଭା ରେ କିନ୍ନର ମାନଙ୍କ ଯୋଗଦାନ କୁ ଶୁନିଶ୍ଚିତ କରି ପଞ୍ଚାୟତ ସମିତି ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଯଥା ମହାତ୍ମା ଗାନ୍ଧି ଗ୍ରାମିଣ ନିଶ୍ଚିନ୍ତ କର୍ମ ନିଯୁକ୍ତି, ଜଳ ଯୋଗାଣ, ଓଡିଶା ଜୀବିକା ମିଶନ ଭଳି ସବୁ କ୍ଷେତ୍ରରେ କିନ୍ନର ମାନଙ୍କୁ ସାମିଲ କରିବା ପାଇଁ ପଂଚାୟତ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ଓଡିଶା ଜୀବିକା ମିଶନର ଅଧିକାରୀ, କିନ୍ନର ମାନଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ପ୍ରଶିକ୍ଷଣ ଓ ପରାମର୍ଶ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ଶୀତା ରଣା କାର୍ଯ୍ୟକାରି ହେଉଥିବା ଲକ୍ଷଭେଦି ପ୍ରକଳ୍ପ ଓ ଯୈାନ ସ୍ୱାସ୍ଥ୍ୟ ଓ ସଂକ୍ରମଣ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ । ପୂର୍ଣ୍ଣ ଚନ୍ଦ୍ର ବଡତିଆ, ଭିଏନଡିପି କାର୍ଯ୍ୟକ୍ରମ ଯେଉଁଥିରେ ମହାତ୍ମା ଗାନ୍ଧି ଗ୍ରାମିଣ ନିଶ୍ଚିନ୍ତ କର୍ମ ନିଯୁକ୍ତ କିପରି ଜଳବାୟୁ ପରିବର୍ତନ କୁ ଆଖିଆଗରେ ରଖି କିଛି ଉଦାହରଣ ଦେଇ ପ୍ରତିନିଧି ମାନଙ୍କୁ କହିଥିଲେ l ଜିଲ୍ଲା ପରିଷଦ ଅଧକ୍ଷା କିନ୍ନର ମାନଙ୍କ ମୁଖ୍ୟ ସମସ୍ୟା ବାଲିଗୁଡା ରେ ଘର ଓ ଅନ୍ୟାନ୍ୟ ବିଷୟରେ ସରକାରୀ ସ୍ତରରେ ଆଲୋଚନା କରିବେ ବୋଲି ପ୍ରତିଶୁତି ଦେଇଥିଲେ । ପଞ୍ଚାୟତ ସମିତି ଅଧକ୍ଷା ପଞ୍ଚାୟତ ସ୍ତରରୁ କିନ୍ନର ମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରାଧାନ୍ୟ ଦେଇଥିଲେ । ଆସିଥିବା ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟା ଆଗାମି ଦିନରେ କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା କିନ୍ନର ମାନଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ ।
ବନବାସୀ ଅନୁଷ୍ଠାନର ରବିନ୍ଦ୍ର କୁମାର ପଣ୍ଡା ସଖୀ କାର୍ଯ୍ୟକ୍ରମ ବିଷୟରେ କହିବା ସହିତ, ସମସ୍ତ କିନ୍ନର ମାନଙ୍କୁ ସହଯୋଗ ର ହାତ ବଢାଇଥିଲେ ଓ ଶାନ୍ତିମୈତ୍ରୀ ର ଭଗବାନ ଜେନା ଜୀବନ ଜିବିକା ପାଇଁ ସହଯୋଗ କରିବେ ବୋଲି କହିଥିଲେ । ବିଷ୍ଣୁପ୍ରିୟା, ମନିଶା, ସ୍ୱପ୍ନା କିନ୍ନର ସେମାନଙ୍କର ଅନୁଭୁତି ବଖାଣିବା ସହ ବାଲିଗୁଡାର ୬ ଜଣ କିନ୍ନର ବଂଶି, ରୋହିତ,ବିନାୟକ, ପ୍ରଦୁମ୍ନ, ଦିଲେଶ୍ୱର ଓ ଦିଲ୍ଲିପ ଙ୍କୁ “ସ୍ୱୀକୃତୀ” ଯୋଜନା ତରଫରୁ ଅତିଥି ଙ୍କ ଦ୍ୱାରା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବାଲିଗୁଡାର ସମ୍ବାଦଦାତା ସନ୍ତୋଷ କୁମାର ଦାସ ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଟ୍ରାନସ୍ଜେଣ୍ଡର ମାନଙ୍କୁ କିପରି ମୂଖ୍ୟସ୍ରୋତ ରେ ସାମିଲ କରିବା ସହିତ, କିପରି ଅନ୍ୟ ଯୋଜନା ରେ ସୁଫଳ ପାଇବେ ସ୍ୱାତୀ ର ସଂପାଦକ ଗୁରୁତ୍ୱlରୋପ କରିବା ସହିତ ନିଜକୁ ସମାଜ ଆଗରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ । ପ୍ରଦୀପ କୁମାର ସ୍ୱାଇଁ ଟ୍ରାନସଜେଣ୍ଡର ମାନଙ୍କ ଜୀବନ ଶୈଳୀ, ବିବିଧତା ଉପରେ ଏକ ତଥ୍ୟମୁଳକ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମ ରେ ସ୍ୱାତୀ ର କର୍ମୀ ଶରତ ସାହୁ, ଶିତା ରଣା, ହୃଶିକେଶ ଆମାୟତ ଓ କୁଶ ସାନସେଠ ପରିଚାଳନାରେ ସହଯୋଗ କରିଥିଲେ l