ଆଡମ୍ବର ସହ ପାଳିତ ହେଲା ବାହୁଡା ଯାତ୍ରା |

ରାଜଗାଙ୍ଗପୁର,୦୭/୦୯(ମନୋଜ ଭୋଳ):- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଆଜି ଆଡ଼ମ୍ବର ସହ ପାଳିତ ହୋଇଛି ମହାପ୍ରଭୁ ଙ୍କ ବାହୁଡା ଯାତ୍ରା |ବିଗତ 2 ବର୍ଷ ହେବ କରନା ମହାମାରୀ ଯୋଗୁ ରାଜଗାଙ୍ଗପୁର ସହର ରେ ରଥ ଯାତ୍ରା ଓ ବାହୁଡା ଯାତ୍ରା ହୋଇନଥିବା ବେଳେ ଚଳିତ ବର୍ଷ ଆଡମ୍ବର ସହ ରଥ ଯାତ୍ରା ପାଳିତ ହୋଇଥିବା ବେଳେ ଆଜି ମହାପ୍ରଭୁ ଙ୍କ ବାହୁଡା ଯାତ୍ରା ଆଡମ୍ବର ସହ ପାଳିତ ହୋଇଥିବା ଜଣା ପଡିଛି |ଆଜି ରାଜଗାଙ୍ଗପୁର ସହର ରେ ପାହାଡି ମନ୍ଦିର ଠାରୁ ମହାପ୍ରଭୁ ଙ୍କ ରଥ ଆଡ଼ମ୍ବର ସହ ବାହାରି ଲିପିଲି ସ୍ଥିତ ଜଗନ୍ନାଥ ମନ୍ଦିର କୁ ଫେରିଥିବା ବେଳେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ନିମନ୍ତେ ରାଜଗାଙ୍ଗପୁର ସହର ଓ ଏହାର ଆଖ ପାଖ ଅଂଚଳ ରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ଼ ଦେଖି ବାକୁ ମିଳିଥିଲା |ଏହା ସହ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା ଉପଲକ୍ଷେ ଜାଗା ଜାଗାରେ ଭକ୍ତ ଙ୍କୁ ପ୍ରସାଦ ବଣ୍ଟନ କାରଯୁଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ଉପରେ କଡା କଡୀ ନଜର ଦିଆଯାଇଥିବା ଦେଖିବାକୁ ବାକି ରହିଥିଲା |