ଢେଙ୍କାନାଳ,୦୮/୦୭ (ଶୁଭମ ପାଣି) ଢେଙ୍କାନାଳ ବାଜିଚୌକ ଠାରେ ଶ୍ରୀ ଗୁଣ୍ଡିଚା ଭଜନ ସନ୍ଧ୍ୟା ର ଅଷ୍ଟମ ଦିବସ ପାଳନ ହୋଇଯାଇଛି, ମୁଖ୍ୟ ଅତିଥି ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଭଜନ ସନ୍ଧ୍ୟା ର ସଦର୍ଷ୍ୟ ଗଗନ ବିହାରୀ ନନ୍ଦ, ସଭାପତି ରୁଦ୍ରାନ୍ତ ଦଳେଇ, ସମ୍ପାଦକ ସାଗୀର ମହମଦ, ଙ୍କ ଉପସ୍ଥିତି ରେ ଉଦଘାଟନ ହୋଇଥିଲା, ଏବଂ ଭଜନ ସାଗର ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା, ବିଶିଷ୍ଟ କଣ୍ଠଶିଳ୍ପୀ ବିଶ୍ୱଜିତ ଆଚାର୍ଯ୍ୟ,ଙ୍କ କଣ୍ଠ ରୁ ହଇରେ ମୋ କଳା ବଦନ,ଏଜୀବନ ସତେ ଅଗ୍ନି ପଥ ଟିଏ ନିଶିପ୍ରଭା ଙ୍କ କଣ୍ଠରୁ ମତେ ଗୀତ ଗାଇବାକୁ ଭଲଲାଗେ, ମୋ ପ୍ରଭୁ ଜଗନ୍ନାଥ,ମଣିମା ପାଦେ ମୋ ଘୁଙ୍ଗୁର ବାନ୍ଧି ଦିଅ, ସୌମ୍ୟା ଦାସ ଙ୍କ କଣ୍ଠରୁ ଜଗନ୍ନାଥ ହୋ କିଛି ମାଗୁନାହିଁ ତତେ, ରସିଆ ଗୀତ ଗୋବିନ୍ଦ ରସିଆ ଗୀତରେ ଭକ୍ତ ମାନଙ୍କୁ ଭାବବୋହଳ କରିଥିଲା ଏବଂ ମଞ୍ଚକୁ ଉପସ୍ଥାପନା କରିଥିଲେ ବାସୁଦେବ ଧଳ ଓ ପରିଚାଳନା କରିଥିଲେ ବାପୁ କର, ଗଗନ ବିହାରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ