ଢେଙ୍କାନାଳ,୨୯/୦୬(ଶୁଭମ ପାଣି) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ପରିସରରେ ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଦିବସ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଜୁନ୍ ମାସ ଅଣତିରିଶି ତାରିଖ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ଶ୍ରୀ ସାହୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତୈଳ ଚିତ୍ର ରେ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରି ତାଙ୍କ ଆଦର୍ଶ ରେ ଅନୁପ୍ରେରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସେଥିଲେ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ।
ନିଜ ପିଲାର ରୋଗ ଶଯ୍ୟାରେ ଚିକିତ୍ସା ନକରି ବନ୍ୟା ପ୍ରପୀଡ଼ିତ ମାନଙ୍କ ମୁହଁରେ ହସ ଫୁଟିବା ପାଇଁ କାର୍ଯ୍ୟ କରିଥିଲେ। ତାଙ୍କ ଆଦର୍ଶ ରେ ଅନୁପ୍ରେରିତ ହେଲେ ଗୋପବନ୍ଧୁ ଙ୍କ ସ୍ବପ୍ନ ପୂରଣ ହେବ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ। କାର୍ଯ୍ୟ କ୍ରମରେ ଶିକ୍ଷକ ବିଜୟ କୁମାର ବରାଳ, ଅଜିତ କୁମାର ରାଉତ, ରବିନାରାୟଣ ବେହେରା, ଶିକ୍ଷୟିତ୍ରୀ ହିରଣ୍ମୟୀ ପଣ୍ଡା, ସର୍ମିଷ୍ଠା ବେହେରା ଓ ମଧୁମିତା ପ୍ରଧାନ ସହଯୋଗ କରିଥିଲେ। ଶିକ୍ଷକ ରବିନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।