ପ୍ରଥମ ହସ୍ତ ଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ୨୦୨୨ ଉଦ୍‌ଯାପିତ

ଢେଙ୍କାନାଳ,(ଶୁଭମ ପାଣି): ସଦେଇ ବେରଣୀ କଳାକୃତି ଗ୍ରାମଠାରେ ଆୟୋଜିତ ପ୍ରଥମ ହସ୍ତ ଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ-୨୦୨୨ ଉଦ୍‌ଯାପିତ ହୋଇ ଯାଇଛି, ଏହି ଉଦ୍‌ଯାପନୀ ଉତ୍ସବରେ ମାନ୍ୟବର ପର୍ଯ୍ୟଟନ ଓଡ଼ିଆ ଭାଷା ସାହିତ୍ୟ ଓ ସସ୍କୃତି ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଢେଙ୍କାନାଳ ଜିଲ୍ଲା ର ପର୍ଯ୍ୟଟନ କ୍ଷେତ୍ରର ପରମ୍ପରା ଓ ସଂସ୍କୃତି କାରୁକାର୍ଯ୍ୟର ବିକାଶ ନିମନ୍ତେ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ।

ଢେଙ୍କାନାଳ ଜିଲ୍ଲାର ସର୍ବାଙ୍ଗିନ ବିକାଶ ଦିଗରେ ଗୁରୁତ୍ଵ ଦିଆଯାଉଛି ବୋଲି ସେ କହିଥିଲେ। ପରଜଙ୍ଗ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୃସିଂହ ସାହୁ ଢେଙ୍କାନାଳ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ, ଜିଲ୍ଲା ପରିଷଦର ଅଧକ୍ଷା ଶ୍ରୀମତି ଅର୍ଚ୍ଚନା ପୁହାଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠୀ ଓ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର(ରାଜସ୍ଵ) ଯୋଗ ଦେଇଥିଲେ ।
ଉତ୍ସବର ସଭାପତିତ୍ଵ କରି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ କହିଥିଲେ ସବୁଜ ସୁନ୍ଦର ପ୍ରାକୃତିକ ପରିବେଶରେ ଭରା ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନର ପିଠ ଭୂମି ଅଟେ ।ଏହି ଅବସରରେ ସୂଚନା ଧର୍ମି ସ୍ମରଣୀ କା And miles to go ଉନ୍ମୋଚନ କରିଥିଲେ। ଶେଷରେ ବିଭିନ୍ନ ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା