ଟାଙ୍ଗୀ, ୬/୫ : ଚିଲିକାରେ ଡଙ୍ଗା ବୁଡି ଘଟଣା ଘଟିବା ପରେ ଆକ୍ସନ ମୁଡ଼ରେ ସ୍ଥାନୀୟ ପ୍ରଶାସନ । ବାତ୍ୟା ଆଶଙ୍କା ସମ୍ପୂର୍ଣ୍ଣ ଭାବେ ନ ଟଳିବା ପର୍ଯ୍ୟନ୍ତ ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି ।
ଏ ନେଇ ବିଭିନ୍ନ ମୋଟର ବୋଟ୍ ଆସୋସିଏସନକୁ ସ୍ଥାନୀୟ ପ୍ରାଶାସନ ପକ୍ଷରୁ ଓ୍ବାର୍ଣ୍ଣି ଜାରି କରାଯାଇଛି । ଏ ସମ୍ବନ୍ଧରେ ବାଲୁଗାଁ ଏସଡିପିସ ଏବଂ ଚିଲିକା ତହସିଲଦାର ମିଳିତ ଭାବେ ସୂଚନା ଦେଇଛନ୍ତି ।