ଟାଙ୍ଗୀ:-୨୬/୦୪(ବିନୁ ଦାସ୍):-ଚୋରି କରିବା ବେଳେ ୮ ଡକାୟତ ଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ଏହି ଡକାୟତଙ୍କ ଠାରୁ ପୋଲିସ ୯ ମୋବାଇଲ ଫୋନ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ ମଧ୍ୟ କରିଛି । ଚୋରି କରିବା ବେଳେ ଡକାୟତ ମାନେ ବ୍ୟବହୃତ କରିଥିବା ୩ ଆଇଚର ଟ୍ରକ ସହିତ ଗୋଟିଏ ହାଇଡ୍ରା ଗାଡି ମଧ୍ୟ ଜବତ କରିଛି ଟାଙ୍ଗୀ ପୋଲିସ । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଏବଂ ଡକାୟତଙ୍କର ଲିଡର କୁହାଯାଉଥିବା ମାଷ୍ଟର ମାଇଣ୍ଡ ଙ୍କୁ ଧରପଗଡ ପାଇଁ ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ ଙ୍କ ନିର୍ଦ୍ଦେଶ ମତେ ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ୩ ସ୍କ୍ୱ।ର୍ଡ ଟିମ୍ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଏସ୍ଡିପିଓ ପ୍ରେସମିଟ୍ ରେ କହିଛନ୍ତି ।
ସୂଚନା ଯୋଗ୍ୟ କି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଶାଳିଆ ଡ୍ୟାମ ନିକଟରେ ୩୫୦ କୋଟି ଟଙ୍କାର ବିଶୁଦ୍ଧ ପାନୀୟଜଳ ପାଇଁ ମେଗା ପ୍ରକଳ୍ପର ଶିଳାନ୍ୟାସ ହୋଇ ଯୁଦ୍ଧ କାଳୀନ ଭିତ୍ତିରେ ପାଇପ ବିଛା କାମ ଚାଲିଛି।ଏହି ପ୍ରକଳ୍ପ ଦ୍ବାରା ଚିଲିକା, ଟାଙ୍ଗୀ ଏବଂ ବାଣପୁର ବ୍ଲକ ଅଞ୍ଚଳର ଲକ୍ଷ ଲକ୍ଷ ଲୋକ ପାନୀୟ ଜଳର ସୁବିଧା ପାଇବେ କିନ୍ତୁ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ବିଛା ଯାଉଥିବା ହୋମ ପାଇପ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଇଲାକାରେ ଏଲ ଆଣ୍ଡ ଟି କମ୍ପାନୀ ପାନୀୟ ଜଳଯୋଗାଣ କ୍ଷେତ୍ରରେ ବ୍ୟବହୃତ ହୋମ୍ ପାଇପ୍ ସବୁ ରାସ୍ତା କଡରେ ଗଛ୍ଛିତ ରଖି ପାଇପ ବିଛା କାମ ପର୍ଯ୍ୟାୟକ୍ରମେ ଚାଲୁଛି।ଯାହାକି ଟାଙ୍ଗୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରାସ୍ତା କଡରେ କୋଟି କୋଟି ଟଙ୍କାର ହୋମ ପାଇପ ପଡି ରହିଛି କିନ୍ତୁ ସମୟ ସୁବିଧା ଦେଖି ଏହି ଡକାୟତ ମାନେ ସେସବୁକୁ ରାତାରାତି ଚୋରୀକରି ନେଉଥିଲେ ଏପରିକି ଚୋରୀ ବେଳେ ପ୍ରତିରୋଧକକାରୀ ଙ୍କୁ ମାରଣାନ୍ତକ ଆକ୍ରମଣ ମଧ୍ୟ କରୁଥିଲେ । ଏନେଇ ଏଲ ଆଣ୍ଡ ଟି କମ୍ପାନୀ ପକ୍ଷରୁ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ପାଟ୍ରୋଲିଂ ବେଳେ ଏହି ଡକାୟତ ଦଳ ଧରାପଡି ଯାଇଛନ୍ତି ।
ପୋଲିସ ସୂଚନା ମୁତାବକ ପୁରୀ ଗଡ଼ିଶା ଗୋଦା ଥାନା ଅନ୍ତର୍ଗତ ଭାଟପଡାର ଅଭିଜିତ ପତି ଏବଂ ପୃଥିରାଜ ମଲ୍ଲିକ,ବିଜୟ କୁମାର ମଲ୍ଲିକ ହୋଇଥିବା ବେଳେ ସେହିଭଳି ପୁରୀ ଗୋପ ଥାନା ଅନ୍ତର୍ଗତ ମଧୁବନ ନୟାହାଟ ଗ୍ରାମର ସମରଜିତ ସାହୁକୁ ଗିରଫ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଜାମୁ ସାହିର ଟିଟୁ ଜେନା ଏବଂ ମଧୁସୂଦନ ବାରିକ ଗିରଫ ହୋଇଥିବା ବେଳେ ବେଗୁନିଆ ଥାନା ଅନ୍ତର୍ଗତ କୁଶପଲା ତଳ ସାହିର ଅବିନାଶ ପଟନାୟକ କୁ ପୋଲିସ ନିଜ ହେପାଯତ କୁ ନେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ କୂଳନ୍ତିରା ବାଗିଲୋ ଗ୍ରାମର ଦୀପକ ଭୋଳ ଏହିଭଳି ଆଠ ଜଣ ଡ଼କାୟତ ଙ୍କୁ ଗିରଫ କରି ୨୦୭/୨୨ ରେ ଟାଙ୍ଗୀ ଥାନା ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଟାଙ୍ଗୀ ପୋଲିସ।ଏମାନଙ୍କ ଠାରୁ ୦୯ ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ।ଏସ୍ଡିପିଓ ମାନସ ରଞ୍ଜନ ବାରିକଙ୍କ ସୂଚନା ଅନୁଯାୟୀ ଏମାନେ ପେଶାଦାର ହୋମ ପାଇପ ଚୋର ପ୍ରତି ପାଇପ ପିଛା ପନ୍ଦର ହଜାରରୁ ଅଧିକ ମୂଲ୍ୟରେ ବିକ୍ରି କରନ୍ତି।ଏମାନେ ଖୋର୍ଦ୍ଧା ଜିଲ୍ଲା ଏବଂ ଆଖ ପାଖ ଜିଲ୍ଲା ରୁ କୋଟି କୋଟି ଟଙ୍କାର ପାଇପ ଲୁଟିଥିବା ପୋଲିସ ଜାଣିବାକୁ ପାଇଛି।