ରାଜଗାଙ୍ଗପୁର, (ମନୋଜ ଭୋଳ ଙ୍କ ରିପୋର୍ଟ) :-ପ୍ରେମ ଏପରି ଶବ୍ଦ ଯାହା ଦୁଇଟି ହୃଦୟ କୁ ଯୋଡ଼ିଥାଏ ।ହେଲେ ଏହି ପ୍ରେମ ଶବ୍ଦ ଟିକୁ ଆମ ସଭ୍ୟ ସମାଜ ର କିଛି ଲୋକ କଳଙ୍କ ର କଳା ଛିଟା ରେ ଲିଭାଇବାକୁ ଚେଷ୍ଟା କରନ୍ତି ।ଯେଉଁଠି ଦୁଇଟି ହୃଦୟ ଏକ ହେବା କଥା ସେଠାରେ ଜଣେ ଅନ୍ୟ ଜଣଙ୍କ ପାଇଁ ହୋଇଥାଏ ପ୍ରତାରଣା ର ଶିକାର ।ଏଭଳି ଏକ ଘଟଣା ଘଟିଛି ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ରେ ।ଜଣେ ଯୁବତୀ ଙ୍କୁ ପ୍ରେମ କରି ପରେ ଯୁବତୀ ଙ୍କ ସହ ପ୍ରତାରଣ କରିଥିବା ନେଇ ସୁବର୍ଣପୁର ଅତିରିକ୍ତ ତହସିଲ ଦାର ନାମରେ ଆସିଛି ସଙ୍ଗିନ ଅଭିଯୋଗ ।ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ଅଲଣ୍ଡା ଗ୍ରାମର ଜଣେ ଯୁବତୀ ଙ୍କୁ ସୁବର୍ଣପୁର ଅତିରିକ୍ତ ତହସିଲ ଦାର ଭାବେ କାର୍ଯ୍ୟ କରୁଥିବା ରୂପକ କୁଜୁର ବହୁ ଦିନରୁ ପ୍ରେମ କରିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁ ଥିଲେ ।ପରେ ଯୁବତୀ ଙ୍କ ସହ ପ୍ରତାରଣ କରି ଅନ୍ୟତ୍ର ବିଭାହ କରିବାକୁ ପ୍ରୟାସ କରୁଥିବା ବେଳେ ଯୁବତୀ ଜଣକ ଏ ସମ୍ପର୍କ ରେ ଜାଣି ରାଜଗାଙ୍ଗପୁର ସହର ଲାଞ୍ଜିବାର୍ଣ୍ଣ ପୋଲିସ ଫାଣ୍ଡି ରେ ଅତିରିକ୍ତ ତହସିଲ ଦାର ରୂପକ କୁଜୁର ଙ୍କ ନାମରେ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତ୍ତି କରି ରାଜଗାଙ୍ଗପୁର ପୋଲିସ ରୂପକ ଙ୍କୁ ଗିରଫ୍ କରିବା ସହ ଡାକ୍ତରୀ ମାଇନା କରିବା ସହ ରୂପକ ଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।