ବାଣପୁର: ସାଢେ ୪ ମାସ ପରେ ସାଉଦି ଆରବରୁ ଫେରିଲା ଜ୍ୟୋତିରଞ୍ଜନଙ୍କ ମୃତଦେହ

ବାଣପୁର, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରିମୁଣ୍ଡା ନିକଟବର୍ତ୍ତୀ ପଙ୍କାଳ ଗ୍ରାମର ଦେବ ନାୟକଙ୍କ ଏକ ମାତ୍ର ପୁଅ ଜ୍ୟୋତିରଞ୍ଜନ ନାୟକ, ପାସପୋର୍ଟ ନମ୍ବର : M8800013, ୩୦ ବର୍ଷ ବମ୍ବେର Recruting Agency- ଏସିଆ ପାୱାର ରେକୃଟିଙ୍ଗ କନ୍ସଲ୍ଟେନସି ମାଧ୍ୟମରେ ସାଉଦିଆରବର ରିୟାଦି ସହରସ୍ଥିତ ALMABANI GENERAL CONTRACTING Company ରେ ମେକାନିକାଲ ଫିଟର ହିସାବରେ ୧୦/୨୦୧୯ ରେ ଯୋଗ ଦେଇଥିଲେ । ୨୮.୦୮.୨୦୨୧ ଦିନ ଡ୍ୟୁଟି ଥିବା ସମୟରେ ୱର୍କ ସାଇଡ ରେ ଏକ ନେଲ ଗନ ର ଟେକ୍ନିକାଲ ଇସୁ ଥିବା ଜାଣି କାମକରୁଥିବା ବେଳେ ଅଜଣାବସତଃ ଏକ ଫିଲିଫାଇନସ ନାଗରିକ ଦ୍ଵାରା ନେଲ ଗନ୍ ରୁ ଫାଇରିଙ୍ଗ ହୋଇ କର୍ମସ୍ଥଳରେ ମୃତ୍ୟୁବରଣ କରିଥିଲେ ।

ଏହି ଖବର କମ୍ପାନି ତରଫରୁ ପରିବାର ବର୍ଗଙ୍କୁ ଜଣାଇ ଦିଆ ଯାଇଥିଲା । ପରିବାର ତରଫରୁ କମ୍ପାନି କର୍ତ୍ତୁପକ୍ଷଙ୍କୁ ମୃତଦେହ ଭାରତ ଆଣିବା ପାଇଁ ବାରମ୍ବାର ଅନୁରୋଧ କରଯାଇଥିଲା । କମ୍ପାନି କର୍ତ୍ତୁପକ୍ଷ ୧ମାସ ମଧ୍ୟରେ ପଠାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଅନୁରୋଧକୁ ରକ୍ଷା ନ କରି ବିଭିନ୍ନ ଆଳ ଦେଖାଇ ଚାଲିଲେ । ଏହି ବିଷୟରେ ସହଯୋଗ କରିବା ପାଇଁ ବାଣପୁରର ଚମ୍ପାଦେଇପୁର ଗ୍ରାମର ବାବୁଲି କୁମାର ସାହୁଙ୍କୁ ଅନୁରୋଧ କରିଥିଲେ । ଭାରତୀୟ ଜୀବନ ବୀମା ନିଗମର ପୁରୀ ଶାଖାରେ କାର୍ଯ୍ୟରତ ବାବୁଲି କୁମାର ସାହୁ ସମସ୍ତ ବିଷୟକୁ ନେଇ ସେଠାକାର କମ୍ପାନି କର୍ତ୍ତୁପକ୍ଷ ଓ ରିୟାଦସ୍ଥିତ ଦୂତାବାସଙ୍କୁ ଜଣାଇଥିଲେ ।

ଭାରତୀୟ ଦୂତାବାସ ତରଫରୁ କମ୍ପାନି କର୍ତ୍ତୁପକ୍ଷଙ୍କୁ ବାରମ୍ବାର ତାଗିତ କରାଯାଇଥିଲେ ସୁଧା କମ୍ପାନି କର୍ତ୍ତୁପକ୍ଷ ଆଡେଇ ଚାଲିଥିଲେ । ଫିଲିଫାଇନ୍ସ ନାଗରିକ ଜେଲରେ ଥିବା ଯୋଗୁଁ ଏବ॰ ପୋଲିସ ଫାଇନାଲ ରିପୋର୍ଟ ଡେରି ଯୋଗୁଁ ବିଳମ୍ବ ହେଉଛି ବୋଲି କମ୍ପାନି କର୍ତ୍ତୁପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । କମ୍ପାନି କର୍ତ୍ତୁପକ୍ଷ ତରଫରୁ ମୃତଦେହ ପଠାଇବା ପାଇଁ ପରିବାରବର୍ଗଙ୍କୁ ବିଭିନ୍ନ ପ୍ରକାର ଆଫିଡେଭିଟ , NO OBJECTION CERTIFICATE ମଗାଯାଇଥିଲା । ବାବୁଲି କୁମାର ସାହୁ କମ୍ପାନିର Cheif Executive Officer WASIM ISMAIL, PROJECT HEAD NAEEM LABBAD, ଭାରତୀୟ ଦୂତାବାସର Consular Officer Mr Sanjeev, Saudi Embasy ର Consular Representative Mohi Alddinଙ୍କ ସହ ପ୍ରାୟ ୪ ମାସ ହେଲା ଯୋଗାଯୋଗ କରି ଶେଷରେ INDIAN EMBASSY ତରଫରୁ ୩୦.୧୨.୨୦୨୧ ଦିନ NOC ISSUE ହେଲା ।

ଅନ୍ୟାନ୍ୟ କାଗଜପତ୍ର କମ୍ପାନୀ ତରଫରୁ ଶେଷ ହେଲାପରେ ସାଉଦି ଆରବର ଦମାମରୁ 6E-1223 ୨୦.୦୧.୨୦୨୨ ଦିନ ଦିଲ୍ଲୀ ଓ ଦିଲ୍ଲୀରୁ ଭୁବନେଶ୍ବର 6E-2367 ବିମାନଯୋଗେ ସନ୍ଧ୍ଯା ୬:୩୦ ସମୟରେ ପହଞ୍ଚିଥିଲା । ଭୁବନେଶ୍ବରରୁ ଆମ୍ବୁଲାନ୍ସ ଯୋଗେ ପରିବାରବର୍ଗ ଗ୍ରାମକୁ ଆଣି ରାତ୍ର ୧୦ଟାରେ ପହଞ୍ଚି ଥିଲେ । ଏହି ଖବର ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି । ଭାରତୀୟ ଦୂତାବାସ ତରଫରୁ କମ୍ପାନୀଠାରୁ ବୀମା ସମ୍ପର୍କିତ ବିମାରାଶି ଓ କ୍ଷୟକ୍ଷତି ପ୍ରାପ୍ୟରାଶି କରିବା ପାଇଁ ସାଉଦି ଆରବର ଶ୍ରମ ଆଇନ ଅନୁଯାୟୀ ସମସ୍ତ ସହଯୋଗ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ବୃଦ୍ଧ ପିତାମାତା ଅନେକ ଦୁଃଖରେ ଦିନକାଟୁଛନ୍ତି ।