ଚିଲିକା : ଅସନ୍ତୁଷ୍ଟ ଙ୍କର ଆଶୀର୍ବାଦରେ ପ୍ରାର୍ଥୀପତ୍ର ଦାଖଲ କଲେ ଦିପୁନା

କାଳୁପଡ଼ା ଘାଟ:-୧୮/୦୧(ବିନୁ ଦାସ୍), ଆଗାମୀ ୨୦ତାରିଖରେ ହେବାକୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚିଲିକା ବ୍ଲକ ଅଞ୍ଚଳରେ ନିର୍ବାଚନ ଉଷ୍ମତା ଅନୁଭବ ହେଲାଣି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡ଼ା ଗ୍ରାମପଞ୍ଚାୟତ ମଧ୍ୟ ବାଦ ପଡିନି । ଏହି ପଞ୍ଚାୟତ ନିର୍ବାଚନ ରେ ଜରିପଡ଼ା ପଞ୍ଚାୟତ ଦୁଇ ପ୍ରମୁଖ ପ୍ରାର୍ଥୀ ଙ୍କର ମଧ୍ୟରେ କଡ଼ା ମୁକାବିଲା ହେବାର ଦେଖାଯାଉଛି । ସୂଚନା ଯୋଗ୍ୟ କି ଚିଲିକା ବ୍ଲକ ପୂର୍ବତନ ଚେୟାରମ୍ୟାନ ଅଶ୍ୱିନୀ ସେଣ ଏବଂ ବର୍ତ୍ତମାନ ର ଚିଲିକା ବ୍ଲକ ଚେୟାରମ୍ୟାନ ଝରଣା ବାରିକଙ୍କ ରାଜନୈତିକ ଶତ୍ରୁତା ବେଶ୍ ବାରି ହୋଇପଡୁଥିବା ଜଣାପଡୁଛି । ଯାହାକି ଉଚିତ ଜବାବ ଦେବାକୁ ବିରୋଧୀ ମାନେ ଅଣ୍ଟା ଭିଡିଛନ୍ତି । ପ୍ରକାଶ ଥାଉକି ପୂର୍ବ ଚିଲିକା ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କର ବିଧାୟକ ପ୍ରତିନିଧି ଅଶ୍ୱିନୀ ସେଣ କୌଣସି ବିକାଶମୂଳକ କାର୍ଯ୍ୟ କରିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଭୋଟର । ଏପରିକି ଯେତେବେଳେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭର ପ୍ରଥମ ଇନିଂସ ଆରମ୍ଭ କରିବାକୁ ଥିବାବେଳେ ସମିତି ସଭ୍ୟ ଭାବରେ ବିଜେଡି ଦଳରୁ ବିଜୟ ଲାଭ କରି ଚିଲିକା ବ୍ଲକ ଅଧ୍ୟକ୍ଷ ପଦ ପାଇବାପାଇଁ ରାତାରାତି ବିଜେପି କୁ ଲମ୍ଫ ପ୍ରଦାନ କରି ନିଜର ରାଜନୈତିକ କ୍ୟାରିଅର ର ଶୁଭାରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦୀର୍ଘ ବର୍ଷ ଧରି ବିଜେପି ଦଳ ସହିତ ଜଡିତ ଥିଲେ । ବିଗତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡି ସହିତ ପୁଣି ଥରେ ଯୋଗଦେଇ ଚିଲିକା ବିଧାୟକ ଗଣେଶ ଜଗଦ୍ଦେବ ଙ୍କର ଚିଲିକା ବ୍ଲକ ବିଧାୟକ ପ୍ରତିନିଧି ରୂପେ ଦାୟିତ୍ୱ ନେଲେ । କିନ୍ତୁ କୌଣସି କ୍ଷେତ୍ରରେ ବିକାଶର ଧାରା ରେ ଜରିପଡ଼ା ପଞ୍ଚାୟତ କୁ ସାମିଲ କରି ପାରିଲେନି ।

ସେହିଭଳି ଭାବରେ ଦୁଇଦିନ ତଳେ ବିଜେଡି ରେ ଯୋଗ ଦେଇଥିବା ଚିଲିକା ବ୍ଲକ ଚେୟାର ମ୍ୟାନ ଝରଣା ବାରିକଙ୍କ ପ୍ରତିନିଧି ପ୍ରଫୁଲ୍ଲ ବାରିକଙ୍କ ବିଜେଡି ଦଳ ପ୍ରତି ଅହେତୁକ ଲୋଭ କୁ ହଜମ କରିପାରୁନାହାନ୍ତି ଜରିପଡ଼ା ବାସୀ । ସୂଚନା ଥାଉକି ଗତ ପଞ୍ଚାୟତ ନିର୍ବାଚନ ରେ ଜରିପଡ଼ା ପଞ୍ଚାୟତରେ ଆଶାୟୀ ଥିବା ସମିତିସଭ୍ୟା ପାଇଁ କୌଣସି ଦଳରୁ ଟିକେଟ ମିଳିନଥିଲା ଯାହାଫଳରେ ବର୍ତ୍ତମାନ ଚିଲିକା ବ୍ଲକ ଅଧ୍ୟକ୍ଷା ଥିବା ଝରଣା ବାରିକ କଳକଳେଶ୍ୱର ପଞ୍ଚାୟତ ରେ ସମିତି ସଭ୍ୟ ପାଇଁ ବିଜେପି ଦଳରୁ ପ୍ରତିଦ୍ବନ୍ଦିତା କରି ବିଜୟ ଲାଭ କରିଥିଲେ । ପରବର୍ତୀ ସମୟରେ ତତ୍କାଳୀନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ପ୍ରଚେଷ୍ଟାରେ ବିଜେପି ଦଳରୁ ରାତାରାତି ଲମ୍ଫ ପ୍ରଦାନ କରି ଝରଣା ବିଜେଡି ଦଳରୁ ବ୍ଲକ ଚେୟାରମ୍ୟାନ ହୋଇଥିଲେ । ପରବର୍ତୀ ସମୟରେ ରଘୁନାଥ ସାହୁଙ୍କୁ ପରିତ୍ୟାଗ କରି ନିଜ ଭୋଟର ଙ୍କୁ ଦ୍ଵନ୍ଦ ରେ ରଖି ପୁଣୀ ବିଜେପିର ନୀତି ଆଦର୍ଶ ରେ ପରିଚାଳିତ ହୋଇଥିଲେ । ଏହାକୁ ସହଜରେ ହଜମ କରିପାରିନାହାନ୍ତି ପଞ୍ଚାୟତ ବାସୀ । ପୁଣିଥରେ ବର୍ଷା ଯୁଆଡେ ଛତା ସିଆଡ଼େ ନ୍ୟାୟ ରେ ଚାଲି ଚିଲିକା ବ୍ଲକ ଚେୟାର ମ୍ୟାନ ଙ୍କର ପ୍ରତିନିଧି ପ୍ରଫୁଲ୍ଲ ବାରିକ ଦୁଇଦିନ ତଳେ ନିଜର କର୍ମୀ ଙ୍କୁ ନେଇ ରାଜଧାନୀ ରେ ବିଜେଡିର ମିଶ୍ରଣ ପର୍ବ ରେ ଚିଲିକା ବିଧାୟକ ଗଣେଶ ଜଗଦେଵ ଙ୍କର ଶରଣାପନ୍ନ ହୋଇ ବିଜେଡି କୁ ପୁଣି ଲମ୍ଫ ପ୍ରଦାନ କରିଛନ୍ତି । ଯାହାଫଳରେ ଜରିପଡ଼ା ଗ୍ରାମ ପଞ୍ଚାୟତ ରେ ଏଥର ଶାସକ ବିଜେଡ଼ି କୁ କଡା ଟକ୍କର ଦେବାକୁ ପ୍ରାର୍ଥୀ ମିଳୁନଥିବା କୁହା ଯାଉଛି ।ଅନ୍ୟପକ୍ଷରେ ବିରୋଧୀ ଙ୍କର ପକ୍ଷରୁ ରାଜନୈତିକ ଶଂଢୁଆସି ଆକ୍ରମଣ କରି ଉଭୟ ନେତା ଙ୍କୁ ପାନେ ଦେବାକୁ ଚିନ୍ତା କରିଛନ୍ତି । ବିଜେପି ସମର୍ଥିତ ଏବଂ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ପକ୍ଷରୁ ଦିପୁନା କୁମାରୀ ସାହୁ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ ପାଇଁ ମନୋରମା ବେହେରା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।