୫ ଦଫା ଦାବୀ ନେଇ ସମବାୟ କର୍ମଚାରୀ ଙ୍କ ଗୁଣପୁର ସମବାୟ ସମିତି ନିବନ୍ଧକ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ।

ଗୁଣୁପୁର,୨୫/୧୧(ସିଦ୍ଧାନ୍ତ ଦାଶ): ଓଡିଶା ସମବାୟ କର୍ମଚାରୀ ମହାସଂଘ ର ଆହ୍ୱାନ କ୍ରମେ ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ର ସମସ୍ତ ସମବାୟ କର୍ମଚାରୀ ଙ୍କ ପକ୍ଷରୁ ସମବାୟ ସମିତି ନିବନ୍ଧକ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦିଆଯାଇ ଏକ ୫ ଦଫା ସମ୍ବଳିତ ଦାବୀ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କ ଉଦ୍ଦେଶ୍ୟ ରେ ପ୍ରେରଣ କରାଯାଇଛି ।

ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ପ୍ରସ୍ତାବ କୁ ରଦ୍ଧ କରିବା , ଓଡିଶା ର ସମସ୍ତ ୨୭୦୮ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପ ରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ସରକାର କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରିବା , ୭ମ ବେତନ କମିଶନ ଙ୍କ ସୁପାରିଶ ପ୍ରକାରେ ସମସ୍ତ ବର୍ଗ ର କର୍ମଚାରୀ ମାନଙ୍କୁ ଦରମା ଓ ରାଜ୍ୟ ସରକାର ଙ୍କ ଦ୍ୱାରା ବର୍ଦ୍ଧିତ ମହଙ୍ଗା ଭତ୍ତା ୧୮୯% କୁ ସମିତି ଓ ଲ୍ୟାମ୍ପସ୍ କର୍ମଚାରୀ ମାନଙ୍କ ପାଇଁ କାର୍ଯ୍ୟକାରୀ କରାଯିବା ପ୍ରଶାସନିକ ପାଣ୍ଠି କାର୍ଯ୍ୟକାରୀ କରିବା ସହ କର୍ମଚାରୀଙ୍କ ଦରମା ଓ ଭତ୍ତା ନିମନ୍ତେ ଆଗାମୀ ବଜେଟ ରେ ଏକ ହଜାର କୋଟି ଟଙ୍କା ମଞ୍ଜୁର କରିବା, କରୋନା ରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କୁ ଅତି କମରେ ପଚାଶ ହଜାର ଟଙ୍କା କ୍ଷତିପୂରଣ ଦେବା, ନୟାଗଡ଼ ଜିଲ୍ଲା ଗୋଳ ଗାଁ ସେବା ସମିତି ରେ କାର୍ଯ୍ୟରତ ସମ୍ପାଦକ ମାନସ ରଞ୍ଜନ ମିଶ୍ର ଙ୍କ ପରିବାରକୁ ମୃତ୍ୟୁ ଜନିତ କ୍ଷତିପୂରଣ ବାବଦରେ ପଚାଶ ଲକ୍ଷ ଟଙ୍କା ମଞ୍ଜୁର କରିବା ସହ ତାଙ୍କ ପରିବାର ର ଜଣକୁ ସରକାରୀ ନିଯୁକ୍ତି ଦେବା ଭଳି ମୁଖ୍ୟ ୫ ଦଫା ସମ୍ବଳିତ ଦାବୀ ଉଲ୍ଳେଖ କରାଯାଇଛି ।

ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମଚାରୀ ଗତ ୮ ତାରିଖ ଠାରୁ ୧୩ ତାରିଖ ଯାଏଁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରି ଆସୁଥିବା ବେଳେ ପୁର୍ବ ସୂଚୀତ କାର୍ଯ୍ୟକ୍ରମ ଅନୁଯାୟୀ ୧୪ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ନିଷ୍ପତ୍ତି ନେଇ ସମବାୟ ସମିତି ନିବନ୍ଧକ ଗୁଣପୁର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ଧାରଣା ଦେଇଛନ୍ତି ।