ଆଜି ହେଉଛି ମାର୍ଗଶୀର ମାସର ପ୍ରଥମ ଗୁରୁବାର

ଢେଙ୍କାନାଳ,୨୫/୧୧(ଶୁଭମ ପାଣି): ଆଜି ମାର୍ଗଶୀର ମାସର ପ୍ରଥମ ଗୁରୁବାର ହୋଇଥିବାରୁ ଢେଙ୍କାନାଳ ସହରର ବିଭିନ୍ନ ଲକ୍ଷ୍ମୀ ମନ୍ଦିର ମାନଙ୍କରେ ମା ଲକ୍ଷ୍ମୀ ପୂଜା ପାଉଛନ୍ତି । ଢେଙ୍କାନାଳର ସିଦ୍ଧ ବଲରାମଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଲକ୍ଷ୍ମୀ ମନ୍ଦିର, ଗଣେଶ ବଜାର ସ୍ଥିତ ଲକ୍ଷ୍ମୀ ମନ୍ଦିର, ମହାବୀର ବଜାର ସ୍ଥିତ ଲକ୍ଷ୍ମୀ ମନ୍ଦିର, ମୀନବଜାର ସ୍ଥିତ ଲକ୍ଷ୍ମୀ ମନ୍ଦିର, କାରିଗର ସାହି ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ମାନଙ୍କରେ ମହାଲକ୍ଷ୍ମୀ ଙ୍କର ପୁଜାର୍ଚନା କରାଯାଇଥିଲା । ପ୍ରାତଃରୁ ମଙ୍ଗଳ ଆଳତି, ମାଙ୍କୁ ଗୋଲାପ ଜଳ ଏବଂ ଅଗୃର ରେ ମହାସ୍ନାନ କରାଯାଇଥିଲା ,ଏହାପରେ ମାଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଏହାପରେ ଚନ୍ଦନ ସିନ୍ଦୁର ଏବଂ ବିଭିନ୍ନ ଫୁଲହାର ଦ୍ୱାରା ସୁସଜିତ କରାଯାଇଥିଲା । ସକାଳୁ ଫଳମୂଳ ଭୋଗ ଲାଗିକରାଯାଇଥିଲା । ଏହାପରେ ମଧ୍ୟାର୍ଣ ରେ ଅର୍ଣ୍ଣ ଶଙ୍କୁଡ଼ି ଭୋଗ ଲାଗୁକରାଯିବା, ସଂଧ୍ୟାବେଳେ ଆଳତୀ ଓ ରାତ୍ରରେ ରାତ୍ର ଧୂପ ପରେ ମାଙ୍କର ପହଡ଼ ପଡିବ ।