କାଳୁପଡ଼ା ଘାଟ:-୨୮/୧୦(ବିନୁ ଦାସ୍), ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଅଁଳାଡିହ ଗ୍ରାମର ଫୁଲଗୋରଡ଼ା ନିବାସୀ ୩୨ ବର୍ଷୀୟ ବାପ ଛେଉଣ୍ଡ ଦିବ୍ୟାଙ୍ଗ ଯୁବକ ନରୋତ୍ତମ ବେହେରା । ଘର କହିଲେ ନିଜର ମା ମିଟି ବେହେରା ଏବଂ ନିଜେ ନରୋତ୍ତମ।ବିଗତ ୨୫ ବର୍ଷ ପୂର୍ବରୁ ନରୋତ୍ତମ ର ବାପା ମରିଯାଇଛନ୍ତି।ଏହି ଦିବ୍ୟାଙ୍ଗ ଯୁବକ ନରୋତ୍ତମ ଶରୀରର ନବେ ଭାଗ ଅଚଳ। ଏପରିକି ସେ ନିଜେ ଖାଇପାରେ ନା ଚଲାବୁଲା କରିପାରେ। ରାଜ୍ୟ ସରକାରଙ୍କ ପକ୍ଷରୁ ତାକୁ ଭିନ୍ନକ୍ଷମ ଭତ୍ତା ମଧ୍ୟ ମିଳୁଛି।ଏପରିକି ନିଜର ମା ମିଟି ଆଜିର ମହଙ୍ଗା ଯୁଗରେ ପରିବାର ପ୍ରତିପୋଷଣ ପାଇଁ ପର ଘରେ ବାସନ ମାଜିବା ଏବଂ ଗୁହାଳ ଗୋଟେଇ ଯାହା କିଛି ମିଳେ ସେଥିରୁ ଚଳନ୍ତି ।ଏହିଭଳି ଦୀର୍ଘ ପଚିଶ ବର୍ଷ ଧରି ପରର ବାସନ ମାଜିବା ସତେ ଯେମିତି ନିତିଦିନିଆ କାମ । ସରକାରଙ୍କ ପକ୍ଷରୁ ତାଙ୍କୁ ରାସନ ମିଳୁଥିଲା।କିନ୍ତୁ ବିଗତ ଏକ ବର୍ଷ ହେବ ରାସନ କାର୍ଡରେ ନାଁ ଥାଇବି ଆଧାର ପଞ୍ଜିକରଣ ନହେବାରୁ ସେତକ ବି ମିଳୁନଥିଲା ଦିବ୍ୟାଙ୍ଗ ନରୋତ୍ତମ କୁ ଏହି ଦୁଃଖଦ ଖବରକୁ ଆମ ପ୍ରତିନିଧି ବିନୁ ଦାସ୍ ପ୍ରଥମେ ଖବର ମାଧ୍ୟମରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।
ଏପରିକି ଏହି ଘଟଣା କୁ ଚିଲିକା ବିଡ଼ିଓ ସୁଷମା ବାରିକ, ତହସିଲଦାର ଚିଲିକା ପୁନମ୍ ମହାପାତ୍ର, ଯୋଗାଣ ବିଭାଗ ଅଧିକାରୀ ଅରୁଣ ଲେଙ୍କା,ବାଲୁଗାଁ ଏସ୍ ଡିପିଓ ମାନସ ରଞ୍ଜନ ବାରିକ,ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଦି ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରିଥିଲେ । ଯାହା ଫଳରେ ଶେଷରେ ଚିଲିକା ବିଡ଼ିଓ ଶ୍ରୀମତୀ ଶୁଷମା ବାରିକ ଏବଂ ଯୋଗାଣ ବିଭାଗ ଅଧିକାରୀ (ଏମ୍ ଆଇ) ଚିଲିକା ଅରୁଣ ଲେଙ୍କା ଘଟଣା ର ଗୁରୁତ୍ୱ ବୁଝି ଶେଷରେ ଦିବ୍ୟାଙ୍ଗ ନରୋତ୍ତମ କୁ ରାସନ ସାମଗ୍ରୀ ଆସନ୍ତା ମାସରୁ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସହଯୋଗ କରିଥିବା ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ବିପ୍ଲବ ନ୍ୟୁଜ ପରିବାର ତରଫରୁ ସାଧୁବାଦ ଜଣେଇବା ସହ ଅଁଳାଡିହ ଗ୍ରାମବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏପରିକି ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି କି ଯଦି ଏହିଭଳି ଅନ୍ୟ ସ୍ଥାନରେ କେହି ରେସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନେ ନିଜର ଆଧାର କାର୍ଡ କିମ୍ବା ଆଧାର ଏନ୍ରୋଲମେଣ୍ଟ ରିସୀଦ ସହ ସମସ୍ୟା ସମ୍ପର୍କରେ ଅବଗତ କଲେ ଖୁବଶୀଘ୍ର ସମସ୍ୟା ର ସମାଧାନ କରାଯିବ।