ଟାଙ୍ଗୀ ୧୩/୧୦/ବିନୁ ଦାସ୍:-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମର ସୁଯୋଗ୍ୟ ସନ୍ତାନ ଭାରତ ଭୂଷଣ ଜଗଦ୍ଦେବ ପ୍ରଶାସନିକ ସେବା ଅଧିକାରୀ ଭାବେ ନିଜର ଚାକିରୀ ରୁ ଅବସର ନେବାପରେ ନିଜ ମନ ଭିତରେ ଜାଗ୍ରତ ହୁଏ ଆଧ୍ୟାତ୍ମିକ ପରିବେଶ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା।ଚଳିତ ବର୍ଷ ଜୁଲାଇ ମାସରେ “ତୁମେ କାହାର” ନାମକ ଏକ ପୁସ୍ତକ ଶ୍ରୀ ଜଗଦ୍ଦେବଙ୍କର ରଚିତ ହୋଇ ଉନ୍ମୋଚିତ ହୋଇଥିଲା।ଆଜି ନବରାତ୍ର ପୂଜାରେ ନିଜ ଦ୍ବାରା ରଚିତ “ଜଗନ୍ନାଥ ମୟ ଏ ଜଗତ”ନାମକ ଏକ ପୁସ୍ତକ ଉନ୍ମୋଚିତ ହୋଇଛି।ଟାଙ୍ଗୀ ର ଅଧିଷ୍ଠାତ୍ରୀ ଦେବୀ ତଥା ରଚୟିତା ଙ୍କର ଜନ୍ମମାଟିର ଗ୍ରାମଦେବୀ ମା କାଲୁଣୀ ଦେବୀଙ୍କ ପୀଠରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି ଯେଉଁଥିରେ ଜଗନ୍ନାଥ ଙ୍କର ଉପରେ ପଚାଷ ରୁ ଉର୍ଦ୍ଧ୍ବ କବିତା ସ୍ଥାନ ପାଇଛି।