କାଳୁପଡା, ୧୩/୧୦(ବିନୁ ଦାସ୍):- ସୂଚନାଯୋଗ୍ୟ ଖୋର୍ଦ୍ଧା ରୋଡ଼ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲ ଗାଡି କାଲୁପଡାଘଟ ରେଳ ଷ୍ଟେସନରେ ଅଟକି ରହିଥିଲା। ଏହି ସମୟରେ ସମ୍ପୃତ ରେଳ ଗାଡ଼ିରୁ ଏକ ଯୁବକ କୋଇଲା ବୋଝେଇ ରେଳ ଗାଡି ଉପରେ ଚଢ଼ି ଉପରେ ଯାଇଅଥିବା ୩୩ହଜାର ଭୋଲଟ ତାରକୁ ଛୁଇଁ ଆତ୍ମହତ୍ୟା ଉଦ୍ୟମକରୁଥିଲା । ଏହି ସମୟରେ ସ୍ଥାନୀୟ ଲୋକମାନେ ଓ ରେଳ କର୍ମଚାରୀ ବାରମ୍ବର ପ୍ରତିରୋଧ କଲେ ମଧ୍ୟ ଯୁବକ ଜଣକ କିଛି ଶୁଣି ନଥିଲା କି ରେଳ ଡବା ଉପରୁ ଓଲ୍ହାଇ ନ ଥିଲା। ଶେଷରେ ରେଳ ଷ୍ଟେସନ ସୁପ୍ରିରିଟେଣ୍ଡେଟ ଏବଂ ପିଡବ୍ଲୁଆଇ କଲୁପଡା ଷ୍ଟେସନର ତେତିଶ ହଜାର କେଭି ବିଦ୍ୟୁତ ସଂଯୋଗ ବିଛିନ୍ନ କରିଥିଲେ। ସେହି ସମୟରେ ଘଟଣାସ୍ଥଳରେ କୌଣସି ଆରପିଏଫ ଯବାନ ,ଜିଆରପି ଷ୍ଟେସନ ପରିସରରେ ଉପସ୍ଥିତ ନଥିଲେ ।
ପରିଶେଷରେ ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ସମ୍ପୁକ୍ତ ଯୁବକକୁ ଉଦ୍ଧାର କରାଯାଇ ଥିଲା। ଯାହା ଫଳରେ ତିନି ରୁ ଅଧିକ ଯୁବକ ଆହତ ହୋଇଥିଲେ । ଘଟଣାସ୍ଥଳରେ ଯୁବ ସାମ୍ବାଦିକ ବିନୁ ଦାସ ଉପସ୍ଥିତିରେ ପ୍ରତ୍ୟକ୍ଷ ଭାବେ ରେଳବାଇ ଓସି ବାଲୁଗାଁ ମହେଶ୍ୱର ଚନ୍ଦ୍ର ରାୟ ,ଷ୍ଟେସନ ସୁପରିଟେଣ୍ଡେଟ ଦିବାକର ବିଶ୍ୱାଳ,ଟାଙ୍ଗି ଅଗ୍ନିଶମ ଅଧିକାରୀ ଅଭିନନାସ ପୃଷ୍ଟିଙ୍କ ସହାୟତରେ ଦମକଳ ବାହିନୀଙ୍କ ଦ୍ୱାରା ଉକ୍ତ ଯୁବକକୁ ଟାଙ୍ଗି ଗୋଷ୍ଠୀ ସ୍ୱଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଉକ୍ତ ଯୁବକ ଜଣକ ଆସାମ ଅଞ୍ଚଳର ଥିଉକି ଭୂମିଜ ନାଁ ଥିବାବେଳେ ସମ୍ପୃକ୍ତ ଯୁବକଙ୍କ ପରିବାର ସହିତ ଯୋଗଯୋଗ ହୋଇଛି । ଏଠାରେ ସୂଚନାଯୋଗ୍ୟ କି ଏତେବଡ଼ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ହୋଇଥିଲେବି କୌଣସି ଅଘଟଣ ଘଟିଲାବେଳକୁ କୌଣସି ରେଳ ସୁରକ୍ଷା ବଳ ଯବାନ ନରହିବା ଆଇନ ଏବଂ ଶାନ୍ତି ଶୃଙ୍ଖଳା ପରିସ୍ଥିତି ବ୍ୟବସ୍ଥା ପ୍ରତି ବିଭାଗୀୟ ଅଧିକାରୀ ଙ୍କ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ତୁରନ୍ତ ଏ ଦିଗରେ ଚବିଶି ଘଂଟା ପୋଲିସ ସୁରକ୍ଷା ଦେବାପାଇଁ ସାଧାରଣ ରେ ଦାବି ହେଉଛି।