ଦୁଇ ଡ଼କାୟତ ଗିରଫ କଲା ଟାଙ୍ଗୀ ପୋଲିସ ଟ୍ରକ ଡ୍ରାଇଭର କୁ ଲୁଟିବା ପଡିଲା ମହଙ୍ଗା

ଟାଙ୍ଗୀ:-୧୧/୧୦(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୁହୁଡି ଓଭର ବ୍ରିଜ ନିକଟରେ ଗତ ରାତି ୧୦:୧୦ ରେ ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା କି ସଞ୍ଜୟ ବେହେରା ଯେକି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ ବାସେଳୀ ସାହି ନିବାସୀ ସଞ୍ଜୟ ଜଣେ ଡ୍ରାଇଭର ଭାବେ ଚାକିରୀ କରନ୍ତି । ଗତକାଲି ରାତିରେ ଓଡ଼ି-୦୪-କେ-୫୪୫୭ ନମ୍ବର ପଥର ବୋଝେଇ ଟ୍ରକରେ ଆନ୍ଧ୍ରପ୍ରଦେଶ ରୁ ଚୌଦ୍ୱାର ଅଭିମୁଖେ ଆସୁଥିବା ବେଳେ ହଠାତ ଗାଡିଟି କୁହୁଡି ଓଭର ବ୍ରିଜ ନିକଟରେ ପଙ୍କଚର ହୋଇଯାଇଥିଲା । ସେହି ସମୟରେ କୁହୁଡି ଫାଣ୍ଡି ଅନର୍ଗତ ଦୀକ୍ଷିତ ପଡ଼ା ଗ୍ରାମର ଦୁଇ ଡ଼କାୟତ ସେକ୍ ଅନ୍ସାର୍ ଖାଁନ(କୁନା) ଏବଂ ସେକ୍ ମନସୁର ଖାଁନ(ଶନିଆ) ଉକ୍ତ ଡ୍ରାଇଭରକୁ ଭୁଜାଲି ଦେଖାଇ ଆକ୍ରମଣ କରିବାକୁ ଉଦ୍ୟତ ହେବା ଏବଂ ଭୟଭୀତ କରାଇ ଟ୍ରକ ଡ୍ରାଇଭର ସଞ୍ଜୟ ଠାରୁ ନଗଦ ପଚାଷ ହଜାର ଟଙ୍କା ଏବଂ ଏକ ମୋବାଇଲ ଫୋନ ଲୁଟି ଦୌଡି ପଳାଇଥିଲେ ।

ଏହି ସମୟରେ ଡ୍ରାଇଭର ଜଣକ ନିଜ ଜୀବନକୁ ପାଣି ଛଡେଇ ଡ଼କାୟତଙ୍କ ପିଛା କରିଥିଲେ । ଯାହାଫଳରେ ଘଟଣା ସ୍ଥଳରେ କିଛି ସ୍ଥାନୀୟ ଯୁବକମାନେ ଉକ୍ତ ଦୁଇ ଡ଼କାୟତ ଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ଘଟଣା ସ୍ଥଳରେ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ତୁରନ୍ତ ଘଟଣା ଉପରେ ଅନୁସନ୍ଧାନ କରି ଡ଼କାୟତ ଦୁହିଁଙ୍କୁ କବ୍ଜା କରି ଗିରଫ କରିଥିଲେ।ଏପରିକି ପୋଲିସ ଉକ୍ତ ଦୁହିଁ ଡ଼କାୟତ ଠାରୁ ନଗଦ ୫୦ ହଜାର ଟଙ୍କା ଏବଂ ମୋବାଇଲ ସହିତ ଏକ ମଟର ସାଇକେଲ ଉଦ୍ଧାର କରିଥିବା ବେଳେ ୩୮୭/୨୧ ରେ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛନ୍ତି । ଏଭଳି ପଦକ୍ଷେପକୁ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ଙ୍କୁ ପ୍ରଶଂସା ର ସୁଅ ଛୁଟୁଛି ଏବଂ ଅଧିକାଂଶ ସ୍ଥାନରେ ଡ଼କାୟତ ଏବଂ ରାହଜନୀ କମିଥିବାର ପରିଲକ୍ଷିତ ହେଉଛି।