ଖୋର୍ଦ୍ଧା ପୂର୍ବତନ ବିଧାୟକ ଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ୮ ତାରିଖରେ ବାଲୁଗାଁ ଏସ୍ ଡିପିଓ ଏବଂ ବନ ବିଭାଗ ରେଞ୍ଜ ଅଫିସ ସମ୍ମୁଖରେ ଧାରଣା ଦେବ ଗ୍ରୀନ୍ ଆର୍ମି

ଟାଙ୍ଗୀ, ୦୪/୧୦(ବିନୁ ଦାସ୍):-ଆସନ୍ତା ୮ ତାରିଖରେ ବାଲୁଗାଁ ଏସ୍ ଡିପିଓ ଏବଂ ବନ ବିଭାଗ ରେଞ୍ଜ ଅଫିସ ସମ୍ମୁଖରେ ଧାରଣା ଦେବ ପ୍ରେରଣା ସଂଗଠନ | ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବନ ବିଭାଗ ରେଞ୍ଜ ଅଫିସ ଏବଂ ଏସ୍ ଡିପିଓ ଅଫିସ ସମ୍ମୁଖରେ ଆସନ୍ତା ୮ ତାରିଖରେ ପ୍ରେରଣା ସଂଗଠନ ପକ୍ଷରୁ ଧାରଣା ଦିଆଯିବ ବୋଲି ଖୋର୍ଦ୍ଧା ର ପୂର୍ବତନ ବିଧାୟକ ତଥା ଗ୍ରୀନ୍ ଆର୍ମି ର ମୂଖ୍ୟ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଟାଙ୍ଗୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ । ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ଦାମିଆ-ବରବରା ଜଙ୍ଗଲ , ଯାହାକି ଏସିଆ ମହାଦେଶ ର ସର୍ବ ବୃହତ ଶାଳ-ଶାଗୁଆନ ଜଙ୍ଗଲ ଭାବେ ବେଶ୍ ପରିଚିତ ।

ଏହି ଜଙ୍ଗଲରୁ ବାଲୁଗାଁ ବନ ବିଭାଗ ରେଞ୍ଜର କିଛି କାଠ ମାଫିଆଙ୍କ ସହ ମିଲି-ଭଗତରେ ବହୁ ମୂଲ୍ୟବାନ ଜୀବନ୍ତ ଗଛ କାଟି ବିକ୍ରୀ କରୁଥିବା ବେଳେ ବନ ବିଭାଗର କର୍ମଚାରୀ ସ୍ଥାନୀୟ ଗ୍ରାମବାସୀ ଏବଂ ଜଙ୍ଗଲ ସୁରକ୍ଷା କମିଟି ଦ୍ୱାରା ଧରାପଡି ହଟହଟା ହେଲେ , ନିଜ ଭୁଲ୍ ର ପଶ୍ଚତାପ୍ ପାଇଁ ବନ ବିଭାଗର କର୍ମଚାରୀ ନିଜେ ଆଣ୍ଠେଇଲେ , ପରେ ଘଟଣାର ମୋଡ ବଦଳାଇବା ପାଇଁ ବନ ବିଭାଗର କର୍ମଚାରୀ ବାଣପୁର ପୋଲିସ ର ସହଯୋଗ ନେଇ ସ୍ଥାନୀୟ ଗ୍ରାମବାସୀ ଏବଂ ଜଙ୍ଗଲ ସୁରକ୍ଷା କମିଟିର କିଛି ସଦସ୍ୟ ଙ୍କୁ ଜେଲ ପଠାଇବାରେ ସକ୍ଷମ ହେଲେ । ପୋଲିସ ର ପକ୍ଷପାତ ତଦନ୍ତ ଏବଂ ବନ ବିଭାଗର ଜଙ୍ଗଲ ଧ୍ୱଂସ ଚକ୍ରାନ୍ତ ବିରୁଦ୍ଧରେ ପ୍ରେରଣା ସଂଗଠନ ପ୍ରତିବାଦ ପୂର୍ବକ ଏହି ଧାରଣା ଡାକରା ଦେଇଛି ।