ବାଣପୁର ଟୀକା କେନ୍ଦ୍ରରେ ଗଣ୍ଡଗୋଳ ୱେବ ସାମ୍ବାଦିକ ନାମରେ ବଟି ଆଦାୟ ଅଭିଯୋଗ !

ବାଣପୁର, ସାରା ବିଶ୍ବରେ କରୋନା ମହାମାରୀ କରାଳ ରୂପ ଧାରଣ କରିଥିବା ବେଳେ ଟୀକା କରଣ ଦ୍ଵାରା ହିଁ କରୋନା କୁ ରୋକି ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ତେଣୁ ରାଜ୍ୟ ଠାରୁ କେନ୍ଦ୍ର ଟୀକା କରଣ କରିବା ପାଇଁ ଗୁରୁତ୍ଵ ଦେଉଥିବା ବେଳେ ଏପରିକି ରାଜ୍ୟ ସରକାରଙ୍କ ଉଦ୍ୟମ ବଳରେ ବିଭିନ୍ନ ଗ୍ରାମରେ ଟିକାଦାନ ଭିଡ଼କୁ କମେଇବା ୱାର୍ଡ ସ୍ଥରରେ ଏବଂ ଗୋଷ୍ଠୀ ସଂକ୍ରମଣ କୁ ଏଡ଼ାଇବା ପାଇଁ ୱାର୍ଡ ସ୍ତରରେ ଅସ୍ଥାୟୀ ଟିକାଦାନ କ୍ୟାମ୍ପ ପରିଚାଳନା ହେଉଛି କିନ୍ତୁ ଏହାକୁ ଭଣ୍ଡୁର କରିବାକୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ହୀନ ମାନସିକତା ଯୋଗୁଁ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ହେବାର ମଧ୍ୟ ଏ ନେଇ ଅନେକ ଅଭିଯୋଗ ଆସୁଛି । ସେହିଭଳି ଏକ ଗୁରୁତର ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଏନ୍.ଏ.ସି ୱାର୍ଡ ନମ୍ବର – ୯ ରୁ ଆସିଛି।

ଅଭିଯୋଗ ମୁତାବକ ୱାର୍ଡ ନଂ- ୯ ରେ ଗତ ତା ୨୨।୦୯।୨୧ରିଖ ରେ ପ୍ରଶାସନ ଦ୍ଵାରା ଟୀକା କରଣ ପାଇଁ ଦିନ ନିର୍ଦ୍ଧାରଣ କରା ଯାଇଥିଲା ଗ୍ରାମ ବାସୀଙ୍କ ସହଯୋଗରେ ଶୃଙ୍ଖଳାର ସହ ଟୀକାକରଣ ଚାଲିଥିଲା, ଏହି ସମୟରେ ବାଣପୁର ଏନ୍. ଏ.ସି ୱାର୍ଡ ନମ୍ବର -୪ର ସେକ୍ ରୌଶନ ଏବଂ ସେକ୍ ମମତାଜ ନାମକ ଦୁଇ ଜଣ ବ୍ୟକ୍ତି ଟୀକା କାରଣ କେନ୍ଦ୍ରରେ ପହଞ୍ଚି ଟୀକା ଦିଆ ଯାଇପାରିବ ନାହିଁ ପ୍ରତି ଟୀକାରେ ଆମକୁ ୫୦ ଟଙ୍କା ଦେଲେ ଟୀକା ଦିଆଯିବ, ମୁଁ ସାମ୍ବାଦିକ ମୋର କେହି କିଛି କରି ପାରିବେ ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଅନ୍ୟ ଏକ ମହିଳା ମଧ୍ୟ ଅଭିଯୋଗ କରିଛନ୍ତି ତାଙ୍କ ସହିତ ସେକ ରୌଶନ ଅଶ୍ଳୀଳ ବ୍ୟବହାର କରିବା ସହିତ ମୁଁ ସାମ୍ବାଦିକ ଚାହିଁଲେ ଭିଡିଓ ଏଡିଟିଙ୍ଗ କରି ନିଉଜରେ ଛାଡି ବ୍ଲାକ ମେଲିଂ କରିବି ବୋଲି ଧମକ ଦେଇଥିବାର ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

ଅନ୍ୟ ଏକ ଅଭିଯୋଗ ମଧ୍ୟ ସେକ ରୌଶନ କରିଛନ୍ତି ବାଣପୁର ଏନ୍.ଏ.ସି ୱାର୍ଡ ନଂ -୯ ରେ ଟୀକା କରଣ କେନ୍ଦ୍ରକୁ ଯାଇଥିବା ବେଳେ ଟୀକା କରଣ କେନ୍ଦ୍ରରେ ପରିଚାଳନା କରୁଥିବା ସମିମ୍ ଉଦ୍ଦିନ ଖାନ୍ ଏବଂ ଆବିଦ ଶାହା ତାଙ୍କ ସହିତ ଗାଳି ଗୁଲଜ କରିଥିବା ନେଇ ବାଣପୁର ଥାନାରେ ଏକ ଅଭିଯୋଗ କରିଛନ୍ତି । ବାଣପୁର ଥାନା କେଶ ନମ୍ବର -୩୨୭/୨୧ ଏବଂ ୩୨୮/୨୧ରେ ପୃଥକ ପୃଥକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇ ଥିବା ସୂଚନା ମିଳିଛି । ଦୋଷୀ ବିରୋଧରେ ପ୍ରଶାସନ ଯଦି ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ବାଣପୁର ଥାନା ଘେରାଉ କରାଯିବ ବୋଲି ଗ୍ରାମଵାସୀମାନେ ଚେତାବନୀ ଦେଇଛନ୍ତି ।