ଗ୍ରାଉଣ୍ଡ ଜିରୋରେ ପୃଥ୍ୱୀରାଜ ବୁଲିଲେ ବନ୍ୟାଞ୍ଚଳ କ୍ଷତିଗ୍ରସ୍ତ ଅଞ୍ଚଳ

ଚିଲିକା:-୧୫/୦୯(ବିନୁ ଦାସ୍):-ଗତ ଚାରିଦିନ ତଳେ ଲଗାଣ ଲଘୁଚାପଜନିତ ବର୍ଷା ଦ୍ୱାରା ଉପକୂଳବର୍ତ୍ତୀ ଚିଲିକା ଅଞ୍ଚଳରେ ବନ୍ୟା ଏବଂ ପାଣିଘେରରେ ବିଭିନ୍ନ ଅଞ୍ଚଳ ରହିଥିଲା । ଏପରିକି ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ପାଣି ଘେରରେ ବହୁତ ଗ୍ରାମ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ନଦୀ ଗୁଡ଼ିକ ଘାଇ ସୃଷ୍ଟି କରିଛି । ଏପରିକି କିଛି ସ୍ଥାନରେ ନଦୀବନ୍ଧ ମଧ୍ୟ ଭାଙ୍ଗି ବିପଦସଙ୍କୁଳ ଅବସ୍ଥାରେ ରହିଛି । ସେହିଭଳି ଭାବରେ ଚିଲିକା ନିର୍ବାଚନ ମଣ୍ଡଳୀ ଚଣ୍ଡେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଚଢ଼େଇଗୁଆଁ ଗ୍ରାମର ତଳ ସାହି କୁସୁମୀ ନଦୀର ଶଙ୍ଖ ପାର୍ଶ୍ୱ ଗାର୍ଡ ୱାଲ ଭାଙ୍ଗି ଯାଇଛି । ବନ୍ୟା ସମସ୍ୟରେ ଚିଲିକା ତହସିଲଦାର ପୁନମ୍ ମହାପାତ୍ର ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ଏବଂ ପ୍ରଶାସନ ସହଯୋଗ ରେ ମରାମତି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ବୁଧବାର ମଧ୍ୟାହ୍ନ ରେ ଭାରତୀୟ ଜନତା ପାର୍ଟି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସେହି ବିପଦ ଶଂକୁଳ ଶଙ୍ଖ ଟିକୁ ଦେଖି ମରାମତି କରାଯିବ ବୋଲି ପ୍ରକାଶ କରିଥିଲେ । ବିଭାଗୀୟ ଜନ୍ତ୍ରୀଙ୍କର ସହ ଆଲୋଚନା କରି ମରାମତି କରିବାକୁ କହିଥିଲେ । କିନ୍ତୁ ଜରିପଡା ପଞ୍ଚାୟତ ର ଜଗନ୍ନାଥ ପୁର ଏବଂ ପାଣି ଦୁଆର ଗ୍ରାମରେ ବର୍ତ୍ତମାନ ଅଣ୍ଟାଏ ଉଚ୍ଚର ପାଣି ଚାଲୁଛି ଏପରିକି ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଚାରିଦିନ ବିତି ଯାଇଥିଲେ ବି ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଉକ୍ତ ଗ୍ରାମର ଗ୍ରାମବାସୀ କହିଛନ୍ତି କି ଆମକୁ ସରକାରୀ ସୁବିଧା ସାତ ସପନ ଏ ଦିଗରେ ଦୃଷ୍ଟି ଦେବା ସହ ବିରୋଧୀ ଦଳ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଦୃଷ୍ଟି ଦେଇ ପ୍ରଶାସନିକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ପୃଥ୍ୱୀରାଜ ଙ୍କର ଏଭଳି ଗସ୍ତକୁ ସାଧାରଣ ରେ ଧନ୍ୟବାଦ ଦେଇଛନ୍ତି କାରଣ ବନ୍ୟାର ଚାରିଦିନ ବିତିଯାଇଥିଲେ ବି ଶାସକ ଦଳ ପକ୍ଷରୁ କୌଣସି ନେତୃମଣ୍ଡଳୀଙ୍କର ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଦ ପଡିନି।