ସୋମବାର ୧୨ ଘଣ୍ଟିଆ କଟକ ବନ୍ଦ

କଟକ: ସୋମବାର ୧୨ ଘଣ୍ଟା କଟକ ବନ୍ଦ ରହିବ। ଏଭଳି ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମୀର ଦେ ସୂଚନା ଦେଇଛନ୍ତି। ଏଥିସହିତ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗକୁ ନେଇ ସୋମବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି।

ସୂଚନାଯୋଗ୍ୟ, କଟକର ପୂଜା କମିଟି ଗୁଡ଼ିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବଢ଼ାଇବା ପାଇଁ ଅନୁରୋଧ କରାଯାଇଥିବା ବେଳେ ସରକାର ଏହାକୁ ୪ ଫୁଟ୍‌ରେ ରଖିବାକୁ କହି ତାଙ୍କ ପୂର୍ବ ନିଷ୍ପତ୍ତିକୁ ଦୋହରାଇଛନ୍ତି। ଏହା ଦ୍ୱାରା କଟକର ମୁରବିଙ୍କୁ ସରକାର ଅପମାନିତ କରିଛନ୍ତି ବୋଲି ସମୀର କହିଛନ୍ତି।

ଏହି ପ୍ରସଙ୍ଗରେ ସମୀର ଦେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ସରକାର ଓ ପ୍ରଶାସନର କଥାରେ ତାଳମେଳ ରହୁ ନାହିଁ। ପୂଜା କମିଟି ବୈଠକ ପୂର୍ବରୁ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ସଚିବ ଆଲୋଚନା କଲେ ନାହିଁ। ଯଦି ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇ ନଥିଲା, ତା’ହେଲେ ବୈଠକ କାହିଁକି ଡକାଯାଉଥିଲା।

FacebookTwitterWhatsappYoutubeTelegram