ଭୁବନେଶ୍ୱର: ପାରଳାଖେମୁଣ୍ଡି ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଏକମାସରୁ ଅଧିକ ଦିନ ବିତିଗଲାଣି । ଆଜି ଏହି ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ୍। ଏହି ମାମଲାର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ଦିଆଯିବା ପରେ ତଦନ୍ତକାରୀ ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ କରିବା ସହ ଡିଏଫ୍ ଓଆଇଆସି ମମତା ପଣ୍ଡା, ରୋଷେୟା ସହ ଅନ୍ୟମାନଙ୍କୁ ଜେରା କରିଛନ୍ତି। ସେହିପରି ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯିବ। ଅଭିଯୋଗ ମୃତ ସୌମ୍ୟଙ୍କ ପରିବାର ଲୋକ ଏଥିରେ ଡିଏଫ୍ ଓ ସହ ଅନ୍ୟମାନଙ୍କର ସମ୍ପୃକ୍ତି ଥିବା କଥା ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ପ୍ରାୟ ୧୪ଜଣଙ୍କୁ ଜେରା କରିସାରିଛି। ଏମାନଙ୍କ ମଧ୍ୟରେ ଡିଏଫଓ, ରୋଷେୟା ଆଦି ଅନେକଙ୍କୁ ଜେରା ହୋଇସାରିଛି। କ୍ରାଇମ୍ ବ୍ରାଞ୍ଚର ଟିମ୍ ଜେରା କରିବା ନେଇ କ୍ରାଇମ୍ ବ୍ରାଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।