ଢେଙ୍କାନାଳ, ୩୧/୦୮ ଢେଙ୍କାନାଳ ପୌରପାଳିକା ତରଫରୁ ଆଜି ସନ୍ଧ୍ୟାରେ ପୁରୁଣା ଜିଲ୍ଲା ପରିଷଦ ଗୃହ ଠାରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଦ୍ୱୀପ ପ୍ରଜ୍ବଳନ କରିଥିଲେ । ତାଙ୍କ ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ, ଉପଜିଲ୍ଲାପାଳ ରବିନାରାୟଣ ତ୍ରିପାଠୀ, ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ପୋୖରାନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।
ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ତରଫରୁ ଦେବାଶିଷ ମିଶ୍ର ପ୍ରତିନିଧିତ୍ଵ କରିଥିଲେ । ଢେଙ୍କାନାଳ ପୌରପରିଷଦ ରାଜ୍ୟରେ ୧୩ ନମ୍ବର ସ୍ଥାନରେ ଥିବା ବେଳେ ଏହାକୁ ୨୦୨୩ ସୁଦ୍ଧା ୧ମ ରୁ ୩ୟ ସ୍ଥାନ ମଧ୍ୟରେ ଅଣାଯିବ ବୋଲି ଜିଲ୍ଲାପାଳ ମତ ରଖିଥିଲେ । ପୋୖରାନିର୍ବାହୀ ଅଧିକାରୀ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୌରପରିଷଦ ପକ୍ଷରୁ ପୌରପାଳିକାର ଭଲକାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।