ଗାଡ଼ିରେ ପ୍ରେସ୍ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବ ପୋଲିସ୍: ସିପି

କଟକ/ଭୁବନେଶ୍ୱର, : ଗଣମାଧ୍ୟମକୁ ଢାଲ କରି ବହୁ ବ୍ୟକ୍ତି କଟକ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା କଥା ସାମ୍ନାକୁ ଆସିଛି। ଏଭଳି ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ।

ଗାଡ଼ିରେ ପ୍ରେସ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବ ପୋଲିସ। ଏଥିପାଇଁ ଗଣମାଧ୍ୟମର ସହଯୋଗ ଲୋଡିଲେ ପୋଲିସ କମିଶନର।

ଗଣମାଧ୍ୟମର ଗାଡ଼ିକୁ ସାଧାରଣତଃ ସବୁ ସ୍ଥାନକୁ ଯିବାକୁ ଅନୁମତି ରହିଥାଏ। ଅଧିକାଂଶ ଗଣମାଧ୍ୟମର ଗାଡ଼ିକୁ ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡ଼ିନଥାଏ । ସେଥିପାଇଁ ଗାଡ଼ିରେ ପ୍ରେସ୍‌ ଲେଖି ଅନେକ ସମୟରେ ଅସାମାଜିକ ବ୍ୟକ୍ତି ବୁଲୁଥିବାର ଦେଖିବାକୁ ମିଳିଛି । କିଛି ଅପରାଧୀ ମଧ୍ୟ ତାଙ୍କ ଗାଡ଼ିରେ ପ୍ରେସ୍‌ ଲେଖି ଅପରାଧିକ ଷଡ଼ଯନ୍ତ୍ର କରୁଥିବାର ନଜିର ରହିଛି । ଲକଡାଉନ୍ କାଳରେ ଗାଡ଼ିରେ ପ୍ରେସ୍‌ ଲେଖି କିଛି ସାଧାରଣ ଲୋକ ବୁଲାବୁଲି କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ପୋଲିସ୍‌  ଜାଲରେ ପଡିଥିଲେ । ଏପରିକି କିଛି ଅସାଧୁ ବ୍ୟକ୍ତି ନକଲି ପ୍ରେସ କାର୍ଡ୍ ମଧ୍ୟ ବିକ୍ରି କରୁଥିଲେ ।