ପୋଲିସର ଅତର୍କିତ ଚଢ଼ାଉ , ଡ଼କାୟତି ଯୋଜନା ବିଫଳ

ରାଜଗାଙ୍ଗପୁର : (ମନୋଜ କୁମାର ଭୋଳଙ୍କ ରିପୋର୍ଟ) ରାଜଗାଙ୍ଗପୁର ସହର ରେ ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସ ର ଅତର୍କିତ ଚଢ଼ାଉ ଫଳରେ ଡକାୟତି ଯୋଜନା ବିଫଳ ହେବା ସହ ପୋଲିସ ୪ଜଣ ଙ୍କୁ ଗିରଫ କରିଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁଯାଇ ରାଜଗାଙ୍ଗପୁର ସହର ରେ ରାଜ୍ୟ ରାଜ ପଥ ୧୦ ସ୍ଥିତ କୁନ ମୁରୁ ଠାରେ ଥିବା ଗୌଉଁତିଆ ଢ଼ାବା ପଛ ପଟେ କେତେ ଜଣ ଯୁବକ କୁନ ମୁରୁ ଇଣ୍ଡିଆନ ପେଟ୍ରୋଲ ପମ୍ପ ରେ ଡକାୟତି କରିବା ନେଇ ଯୋଜନା ଚଳାଇଥିବା ବେଳେ ତାଙ୍କର ଏହି ଯୋଜନା ବିଷୟ ରେ ପୋଲିସ କୁ ଗୁପ୍ତ ସୂଚନା ମିଳିଥିଲା । ରାଜଗାଙ୍ଗପୁର ଥାନା ଅଧିକାରୀ ବିଭତ୍ସ ପ୍ରଧାନଙ୍କ ନେତୃତ୍ୱ ରେ ଏ ଏସ ଆଇ ଖଗପତି ବିଶ୍ୱାଳ, ଏ ଏସ ଆଇ ମୁକୁନ୍ଦ ମୁରାରୀ ପାତ୍ର, ଏ ଏସ ଆଇ ଅରୁଣ ପଟେଲ ପ୍ରମୁଖ ଙ୍କ ଏକ ଟିମ ଅତର୍କିତ ଚଢ଼ାଉ କରିଥିଲା ।

ଫଳରେ ଡକାୟତି ଯୋଜନା ବିଫଳ ହେବା ସହ ପୋଲିସ ୪ଜଣ ଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳ ରୁ ଅନ୍ୟ ୨ ଜଣ ଫେରାର ହୋଇ ଯାଇଥିବା ଜଣା ପଡିଥିଲା । ତାଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି, ଗୋଟିଏ ଆଇରନ ରଡ଼, ଗୋଟିଏ ବ୍ଲାକ ସୁଜିକି ଇଣ୍ଟରଡର ବାଇକ ନମ୍ବର ,OD 16 H 2732, ଗୋଟିଏ ହିରୋ ହଣ୍ଡା ଗ୍ଲାମର ବ୍ଲୁ କଲର ବାଇକ ନମ୍ବର OD 14 W 5466, ଗୋଟିଏ ସାମସଙ୍ଗ କିପେଡ ମୋବାଇଲ ପୋଲିସ ଜବତ କରିଛି । ଏହି ଅଭିଯୁକ୍ତ ମାନେ ସୁନ୍ଦର ଗଡ଼ ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ରେ ବହୁ ଡ଼କାୟତି ମାମଲା ରେ ଜଡିତ ଥିବା ବେଳେ ବିରମିତ୍ରାପୁର କୁଆଁରମୁଣ୍ଡା ୟୁନିଅନ ବ୍ୟାଙ୍କ ର ଏଟିଏମ୍ କ୍ୟାସ ଡିପୋଜିଟ ଭ୍ୟାନ ରୁ ୩୫ ଲକ୍ଷ ଟଙ୍କା ଡକାୟତି ଓ ଡ଼ୁମେରଜର ଷ୍ଟେଟ ବ୍ୟାଙ୍କ ର ୬ ଲକ୍ଷ୍ୟ ଟଙ୍କା ଡକାୟତି ମାମଲାରେ ଜଡିତ ଥିବା ବେଳେ ରାଜଗାଙ୍ଗପୁର ସହର ରେ ମଧ୍ୟ ବହୁ ମାମଲାରେ ଜଡିତ ଥିବା ଜଣା ପଡିଛି ।

ଅଭିଯୁକ୍ତ ମାନେ ରାଜଗାଙ୍ଗପୁର ଅଞ୍ଚଳର ହୋଇଥିବା ବେଳେ ରାଜଗାଙ୍ଗପୁର ପୋଲିସ କେଶ ନମ୍ବର 267 ୟୁ /ଏସ 399/402 IPC/ଧାରା 1b(a) ଆର୍ମ ଆକ୍ଟ ରେ ମାମଲା ରଜୁ କରାଯାଇଥିବା ନେଇ ରାଜଗାଙ୍ଗପୁର ଏସ ଡି ପି ଓ ଶଶାଙ୍କ ଶେଖର ବେଉରା ଆଜି ରାଜଗାଙ୍ଗପୁର ଥାନା ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।