ଭାରତୀୟଙ୍କ ସମେତ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନି ସବୁ ଭାରତୀୟ ସୁରକ୍ଷିତ

କାବୁଲ: ଆଫଗାନିସ୍ତାନରେ ତାଲିବାନି ମାନଙ୍କ ଅତ୍ୟାଚାର ଜାରି ରହିଛି । ଏବେ ଏକ ବଡ଼ ଖବର ଆସି ପହଞ୍ଚିଛି । କାବୁଲ ଏୟାରପୋର୍ଟରୁ ୧୫୦ ଜଣ ନାଗରିକଙ୍କୁ ଅପହରଣ କରିଛନ୍ତି । ଏଥିରେ ଅଧିକାଂଶ ଭାରତୀୟ ନାଗରିକ ମଧ୍ୟ ରହିଥିବାର ଜଣାପଡ଼ିଛି । ଅଫଗାନ୍ ନାଗରିକ ଓ ଶିଖ୍ ଙ୍କ ବ୍ୟତୀତ ଅଧିକ ଭାରତୀୟ ନାଗରିକ ରହିଥିବା ବିଶେଷ ସୁତ୍ରରୁ ଖବର ପ୍ରକାଶ ପାଇଛି ।

ସୂଚନା ଅନୁସାରେ, କିଛି ତାଲିବାନି ଆତଙ୍କବାଦୀ ଆସିଲେ ଏବଂ ଏୟାରପୋର୍ଟରେ ଦେଶ ଛାଡ଼ିବାକୁ ଥିବା ଲୋକମାନଙ୍କ ସହିତ ଝଗଡ଼ା କରିଥିଲେ । ଆଉ ଏକ ଗାଡ଼ିରେ ସେମାନଙ୍କୁ ଉଠାଇ ନଥିଲେ । ସେମାନଙ୍କ ମଧ୍ୟରୁ ଖସି ଆସିଥିବା ଅଫଗାନ୍ ବ୍ୟକ୍ତି ଏ ସମ୍ପର୍କରେ ସୁଚନା ଦେଇଥିବା ଜଣାପଡ଼ିଛି । ଖାଲି ସେହି ବ୍ୟକ୍ତି ନୁହେଁ ବରଂ ଏହି ସମୟରେ ଅନେକ ଲୋକ ଦୌଡ଼ି ପଳାଇବାରେ ସଫଳ ହୋଇଥିଲେ ।

ଫଗାନିସ୍ତାନରେ ଫସିଥିବା ସବୁ ଭାରତୀୟ ସୁରକ୍ଷିତ ଥିବା ମିଳିଛି ସୂଚନା । ଏନେଇ ଅଫଗାନ୍ ମିଡିଆରୁ ସୂଚନା ଦିଆଯାଇଛି । କାବୁଲରୁ ୧୫୦ ଭାରତୀୟଙ୍କୁ ଉଠାଇ ନେଇଥିବା ପ୍ରସଙ୍ଗରେ ଏହି ମତ ପ୍ରକାଶ ପାଇଛି । କିଛି ସମୟ ପୂର୍ବରୁ ବିଦେଶୀ ଗଣମାଧ୍ୟମରୁ ଜାଣିବାକୁ ମିଳିଥିଲା ଯେ, ଭାରତୀୟଙ୍କ ସମେତ ୧୫୦ରୁ ଅଧିକ ଲୋକଙ୍କୁ ତାଲିବାନୀ ମାନେ ଉଠାଇ ନେଇଛନ୍ତି । ଏଥିରେ ଅଧିକାଂଶ ଭାରତୀୟ ରହିଛନ୍ତି । ତେବେ ଏହି କଥାକୁ ତାଲିବାନୀ ପ୍ରବକ୍ତା ଖଣ୍ଡନ କରିଥିଲେ ।