ଚିଲିକା:-୨/୦୮(ବିନୁ ଦାସ୍):- ସରକାରଙ୍କର ଯୋଜନା ସବୁ ଲୋକଙ୍କ ହିତରେ। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ସରକାର ଯେଉଁ ଯୋଜନା ମାନ ଦେଇ ଚାଲିଛନ୍ତି ବାସ୍ତବରେ ତାହା ତଳ ସ୍ତରରେ କାର୍ଯ୍ୟ ହେଉ ନଥିବାର ନଜିର ଆସିଛି। ଅଭିଯୋଗ ଅନୁସାରେ ଯେମିତିକି ଚିଲିକା ବ୍ଲକ ହରିପୁର ପଞ୍ଚାୟତ ର ପରବଳ ଗାଁ ଲୋକେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଲୋକଙ୍କ ହିତରେ ଆସିଥିବା ଡୁଲୁ ଡୁଲା ପୋଖରୀ ତୁଠରେ ଲୁଗା ପାଲଟିବା ଗୃହ ନିର୍ମାଣ ପାଇଁ କିନ୍ତୁ କାର୍ଯ୍ୟ ନ ହୋଇ ଉଠାଯାଇଛି ୯୨ ହଜାର ରୁ ଉର୍ଦ୍ଧ ଟଙ୍କା। ସେହିଭଳି ପରବଳ ଗ୍ରାମରେ ଥିବା ଅନ୍ୟ ଏକ ପୋଖରୀ ଖୋଳା ବା ପାହାଚ ନିର୍ମାଣ ଅତି ନିମ୍ନ ମାନର ହେଉଥିବାର ଅଭିଯୋଗ ମଧ୍ୟ ଆସିଛି। ଏହି ବାବଦରେ ପ୍ରଶାସନ ସ୍ଥରରେ ଗାଁ ଲୋକେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣ ପାତ କରୁନାହାନ୍ତି।
ସେହି ପଞ୍ଚାୟତ ରେ ବାରମ୍ବାର ସରକାରୀ ଅର୍ଥ କୁ ହରିଲୁଟ ହେଉଥିବାର ପୂର୍ବରୁ ମଧ୍ୟ ଅଭିଯୋଗ ଆସିଛି କିନ୍ତୁ କାହା ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏହି ହରିଲୁଟ ରେ ତଳ ଠାରୁ ଆରମ୍ଭ କରି ଉପର ପାହ୍ୟା ରେ ଥିବା ସରକାରୀ ବାବୁ ମାନେ ସାମିଲ ଥିବାର ସାଂଘାତିକ ଅଭିଯୋଗ ଆଣିଲେ ଗାଁ ଲୋକେ। ନିଜ ହକ ପାଇଁ ଆସିଥିବା ଟଙ୍କା ବାଟମାରଣା ହେଉଥିବାରୁ ଚିଲିକା ବିଡିଓ ସୁଷମା ବାରିକଙ୍କ ଦ୍ୱାରସ୍ଥ ହେଇଛନ୍ତି ଗାଁ ଲୋକେ। ଏକ ଦାବି ପତ୍ର ଦେବା ସହ ଅର୍ଥକୁ ହରିଲୁଟ କରିଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗାଁ ରେ କୋଳାହଳ ସୃଷ୍ଟି ହୋଇଛି।ଅନୁରୂପ ଭାବରେ ଗ୍ରାମବାସୀ ମାନେ ଚିଲିକା ବିଡ଼ିଓଙ୍କ ନୀରବତା ଦେଖି ଜିଲାପାଳ ଖୋର୍ଦ୍ଧା ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଖୋର୍ଦ୍ଧା ଙ୍କର ଦ୍ୱାରସ୍ଥ ହେବା ସହ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କର ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।