୧୦ମ ପାସ୍ ପିଲାଙ୍କୁ ଆଶ୍ୱସ୍ତି +୨ ସିଟ୍ ବଢ଼ାଇବା ପାଇଁ ମିଳିଲା ଅନୁମତି

ଭୁବନେଶ୍ବର ୧୩।୭: ଚଳିତବର୍ଷ ମାଟ୍ରିକ ପାସ୍ ହାର ୯୭.୮୯ ପ୍ରତିଶତ ଥିବା ବେଳେ +୨ ସିଟକୁ ନେଇ ଚିନ୍ତା ବଢ଼ିଛି । +୨ ସିଟ୍ ଠାରୁ ଅଧିକ ସଂଖ୍ୟାରେ ପିଲା ମାଟ୍ରିକ ପାସ୍ କରିବା ପ୍ରସଙ୍ଗରେ ପିଲାଙ୍କ ପାଇଁ ରହିଛି ଆଶ୍ୱସ୍ତିକର ଖବର । କାରଣ ଜୁନିଅର କଲେଜରେ +୨ ସିଟ ବଢ଼ାଇବାକୁ ମିଳିଛି ଅନୁମତି । ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ସରକାର । ଏଥିପାଇଁ ଯେଉଁ ଜୁନିଅର କଲେଜମାନ ଚାହିଁବେ ଆବେଦନ କରିପାରିବେ । ସାମ୍ସରେ ଅନଲାଇନ୍ ମାଧ୍ୟମରେ ଆବୋଦନ କରିବାକୁ ନିର୍ଦ୍ଦେଶ ରହିଛି । ଚଳିତ ବର୍ଷ ମାଟ୍ରିକ ପାସ୍ କରିଛନ୍ତି ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ । ରାଜ୍ୟରେ ଯୁକ୍ତ ୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି ।