ଟାଙ୍ଗୀ:-୦୯/୦୭(ବିନୁ ଦାସ୍),ସାରା ଓଡ଼ିଶାରେ ଲଘୁଚାପଜନିତ ବର୍ଷା ହେଉଥିବା ବେଳେ ଅଧୁନା ଖୋର୍ଦ୍ଧା ଜିଲ୍ଲାର ଚିଲିକା, ଟାଙ୍ଗୀ, ବାଣପୁର ବ୍ଲକ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ପଡିଆ ପଡିଛି।ଯଦି ବା କେହି ଅଦିନିଆ ବର୍ଷା କୁ ଦେଖି ଧାନ ବୁଣିଛନ୍ତି ଧାନ ଗଛ ଠାରୁ ଅନାଵନା ଘାଷ ଉଠି ଜଙ୍ଗଲ ହୋଇଛି ଚାଷ ଜମି।ଅପରପକ୍ଷରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଚାଷୀ ମାନଙ୍କ ବିକାଶର ଗାଥା କହି ଡିଣ୍ଡିମ ପିଟୁଥିବା ବେଳେ ଚାଷୀ ମାନଙ୍କର ବିକାଶ ପାଇଁ କେହି ଶାସକକି ବିରୋଧୀ ଦଳ କୁମ୍ଭୀର କାନ୍ଦଣା କାନ୍ଦି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଦୋଷ ଲଦାଲଦିରେ ଚାଷୀ ମାନଙ୍କ ବିକାଶ ହେଉଛି। ଓଡ଼ିଶାର ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଆଜି କୃଷି ଏବଂ କୃଷକ କଲ୍ୟାଣ ନିମନ୍ତେ ବହୁତ ଉନ୍ନତ ମାନର ପଦକ୍ଷେପ ନେଵାସହ ପ୍ରତି ଚାଷଜମି କୁ ଉଠା ଜଳସେଚନ ହେଉ କିମ୍ବା ବୋରିଂ ମାଧ୍ୟମରେ ପାଣି ଯୋଗାଇ ଦିଆଯାଇଛି।
ଯାହା ଫଳରେ ଆନ୍ଧ୍ରପ୍ରଦେଶ ର ଚାଷୀମାନେ ଆଜି ସଫଳ ହେବା ସହ ଚାଷଜମି ରୁ ଅଧିକ ରୋଜଗାର କ୍ଷମ ହେବା ସହ ବେକାରୀ ଦୂରୀକରଣ ହୋଇପାରିଛି । କିନ୍ତୁ ଦୁଃଖର କଥା ଓଡ଼ିଶାର ରାଜଧାନୀ ଖୋର୍ଦ୍ଧା ଜିଲ୍ଲା ହୋଇଥିବାବେଳେ ଏଠାରେ ବିକାଶ କହିଲେ କେବଳ କଂକ୍ରିଟ ଜଙ୍ଗଲ କୁ ବୁଝାଏ । ବିକାଶ ନାଁ ରେ ପାହାଡ଼ କାଟିବା, ପୁରାତନ ଗଛ ଗୁଡିକ କାଟି ବହୁତଳ ପ୍ରସାଦ ନିର୍ମାଣ ଚାଲିଛି ହେଲେ ଭୂତଳ ଜଳର ସଦୁପଯୋଗ ହୋଇପାରିନି।ହଜାର ହଜାର ଏକର ଚାଷଜମି ଆଜି କେବଳ ଏକ ମାତ୍ର ଧାନ ଚାଷ ଫସଲ କରି ରବି ଫସଲ ପାଇଁ ଜମି ପଡିଆ ପଡୁଛି।କୃଷକ କଲ୍ୟାଣ ନିମନ୍ତେ ଏଠାରେ କାଗଜକଲମରେ ବିକାଶ ହେଉଛି । ଅପରପକ୍ଷରେ ରାଜ୍ୟ ସରକାର ଓଡ଼ିଶାରେ ଲଗାତାର କୃଷିକର୍ମଣ ପୁରସ୍କାର ପାଇଆସୁଥିବା ବେଳେ ଏଠାରେ କୃଷକ ଆଜି ଆତ୍ମହତ୍ୟା ର ବାଟ ବାଛିବା ନତୁବା ଚାଷ ଜମି ପଡିଆ ରଖିବା ଶ୍ରେୟ ମଣୁଛି । ସରକାର ଟାଙ୍ଗୀ ଠାରେ ଏକ କୃଷି ଏବଂ କୃଷକ ମାନଙ୍କ ପାଇଁ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପାଇଁ ଜିଲ୍ଲା କୃଷି ଅଧିକାରୀ ଟାଙ୍ଗୀ ଖୋର୍ଦ୍ଧା କାର୍ଯ୍ୟାଳୟ ନାମକୁ ମାତ୍ର। ସରକାରୀ ବାବୁ ମାନେ ମୋଟା ଅଙ୍କର ଦରମା ନେଇ ନିଜର କର୍ତ୍ତବ୍ୟ ସାରିଥିବା ବେଳେ ଏଠାକାର ନିର୍ବାଚିତ ବିଧାୟକ ଏବଂ ସାଂସଦ ମଧ୍ୟ ଉଦାସୀନତା।
କେହି ହେଲେବି କୃଷକ କଲ୍ୟାଣ ନିମନ୍ତେ ପଦକ୍ଷେପ ନେବାକୁ ସମୟର ଅଭାବ । ଚାଷୀ ମାନଙ୍କ ବିକାଶ ପାଇଁ କିଛି ମୁଣ୍ଡଗଣତି ଚାଷୀଙ୍କୁ କାଳିଆ ଯୋଜନା ଏବଂ ପିଏମ କିଷାନ ଯୋଜନା ଦ୍ୱାରା ଆର୍ଥିକ ଅନୁଦାନ ଦେଇ ଭୂମିହୀନ ମାନଙ୍କୁ ବଳିଆ ଯୋଜନା ର ଲଲୀପପ୍ ଧରାଇ ଭୋଟ ହାତେଇବାରେ ବ୍ୟସ୍ତ । ସୂଚନାଯୋଗ୍ୟ କି ଯେତିକି ଅର୍ଥ କାଳିଆ ଏବଂ ପିଏମ କିଷାନ ଯୋଜନାରେ ବାଟବଣା ହେଲାଣି ଯଦି ସେତିକି ଅର୍ଥର ଦଶ ପ୍ରତିଶତ ଅର୍ଥ ନୂତନ ବୋରିଂ ଖୋଳିବା ଏବଂ ପ୍ରତି ଚାଷଜମିକୁ ଜଳଯୋଗାଣ ବାଧ୍ୟତାମୂଳକ ହୋଇପାରନ୍ତା ଏବଂ ତା ସହ ପୁରାତନ ନଦୀ ନାଳ ମରାମତି ସହ ପାଣିର ସୁବିଧା ପାଇଁ ପଦକ୍ଷେପ ନିଆଗଲେ ହୁଏତ ଏ ଓଡ଼ିଆ ପୁଅ ଆଉ ବିଦେଶରେ କାମ କରିବା ଅପେକ୍ଷା ନିଜ ମାଟିରେ ସୁନାର ଫସଲ ଅମଳ ପାଇଁ ଚେଷ୍ଟା କରନ୍ତା । ତୁରନ୍ତ ୟେ ଦିଗରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ଚାଷୀ ମାରଣ ଅପେକ୍ଷା ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ ନୀତିରେ ଚାଲିଲେ ହୁଏତ ବିକାଶ ସୁନିଶ୍ଚିତ । ଏ ଦିଗରେ ଜିଲ୍ଲା ପ୍ରଶାସନ ଚିଲିକା, ଟାଙ୍ଗୀ ବ୍ଲକ ଅଞ୍ଚଳରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି କିଛି ପୁରାତନ ଚାଷୀ।