କାଳୁପଡ଼ା ଘାଟ, ୦୭/୦୭(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ନିକଟବର୍ତ୍ତୀ କାଳୁପଡ଼ା ଘାଟ, ଚଣ୍ଡେଶ୍ଵର ଅଞ୍ଚଳରେ ମଙ୍ଗଳ ରାତି ବୁଧ ପାହାନ୍ତି ରେ ଅଦିନିଆ ହାତୀର ପାଦଚିହ୍ନ ଦେଖି ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ।ବର୍ଷା ଅଭାବରୁ ଚାଷଜମି ଗୁଡିକ ପଡିଆ ପଡିଥିବା ବେଳେ କାଁ ଭାଁ କେହି କେହି ଚାଷ କାମ ଆରମ୍ଭ କଲେଣି । ଗତ ରାତିରେ ଅଁଳାଡିହ,ମୁଣ୍ଡାଳ, ବଡ଼ପୋଖରୀଆ,କୁସୁମୀ,ପୁତନା,ଚଢ଼େଇଗୁଆଁ ଆଦି ଗ୍ରାମର ଅନ୍ତର୍ଗତ ଚାଷଜମିରେ ହାତୀ ତାର ଆତଙ୍କ ର ପଦଚିହ୍ନ ଛାଡି ସମଗ୍ର ଗ୍ରାମବାସୀଙ୍କୁ ଏକ ଭୟର ବାତାବରଣ ଦେଇଛି।ପ୍ରାପ୍ତ ସୂଚନା ମୁତାବକ ଗୋଟିଏ ବୟସ୍କ ହାତୀର ପଦଚିହ୍ନ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ନିଜର ସ୍ମୃତି ଛାଡି ଗ୍ରାମବାସୀଙ୍କୁ ସତର୍କ କରେଇଛି । ଏପରିକି କିଛି ତଳି ବୁଣାଯାଇଥିବା ଜମିକୁ ଦଳି ଚାଲିବା ସହ ବିଭିନ୍ନ ସ୍ଥାନରେ ନିଜର ଦାଗ ଛାଡି ଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି।ହାତୀ ଚଳପ୍ରଚଳ କରିଥିବା ଅଞ୍ଚଳରେ ପୂର୍ବତଟ ରେଳବାଇ ଅନ୍ତର୍ଗତ କାଳୁପଡ଼ା ଘାଟରୁ କୁହୁଡି ଟ୍ରେନ ଲାଇନ ରହିଥିବା ଏବଂ ଅହରହ ରେଲଗାଡି ଯିବାଆସିବା କରେ । ପୂର୍ବରୁ ସୂଚନା ଥିଲେ ହୁଏତ ରେଳବାଇ ସତର୍କ ରହିଥାନ୍ତା । ଆଗାମୀ ଦିନରେ ରେଳବିଭାଗ ତରଫରୁ ରାତ୍ରକାଳୀନ ପେଟ୍ରୋଲିଂ କରିବାକୁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି ନଚେତ ଦୁର୍ଘଟଣା ଘଟିପାରେ।ସେହିଭଳି ଟାଙ୍ଗୀ ବନାଞ୍ଚଳ ତରଫରୁ ମଧ୍ୟ ହାତୀଟି କେଉଁଠି ଅଛି ଠାବ କରି ଜଙ୍ଗଲ ମଧ୍ୟକୁ ସ୍ଥାନାନ୍ତରିତ କଲେ ହୁଏତ ଅଞ୍ଚଳ ବିପଦମୁକ୍ତ ହୋଇପାରିବ ।ନଚେତ ଆଗାମୀ ଦିନରେ ଅବହେଳା ହେଲେ ଧନଜୀବନ କ୍ଷତି ସହ ରେଳବିଭାଗ ର କ୍ଷତି ହୋଇପାରେ।ତୁରନ୍ତ ୟେ ଦିଗରେ ଅନୁସନ୍ଧାନ କରି ଟାଙ୍ଗୀ ବନାଞ୍ଚଳ ପକ୍ଷରୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ।