ଟୀକାକରଣ କେନ୍ଦ୍ର ପାଲଟୁଛି ସଖୀ କଣ୍ଢେଇ ନାଚ, ଟାଙ୍ଗୀ ଅଞ୍ଚଳରେ ୨୪ ଘଣ୍ଟା ପୂର୍ବରୁ ଅସମ୍ଭାଳ ଭିଡ଼

ଟାଙ୍ଗୀ:-୦୬/୦୭(ବିନୁ ଦାସ୍), ମହାମାରୀ କରୋନା ପାଇଁ ଯେମିତି ସମସ୍ତେ ଆତଙ୍କିତ ତା ଠାରୁ ଅଧିକ ଆତଙ୍କିତ ଟୀକା କେନ୍ଦ୍ର । ପ୍ରାପ୍ତ ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାରେ ମହାମାରୀ କରୋନା କିଛି ମାତ୍ରାରେ ପ୍ରଭାବ ଶୁନ୍ୟ ହେଲାବେଳେ ସରକାରୀ ସ୍ତରରେ ପଞ୍ଚାୟତ ସ୍ତରରେ ଟିକାଦାନ କେନ୍ଦ୍ର ଖୋଲାଯାଇଛି । କିନ୍ତୁ ଟିକାଦାନ କେନ୍ଦ୍ର ଗୁଡ଼ିକରେ ଟୀକା ମହଜୁଦ ନରହିବା ଏବଂ ଅଳ୍ପସଂଖ୍ୟକ ଟୀକା ଆସୁଥିବା ବେଳେ ଛତୁ ଫୁଟିବା ଭଳି ଟିକାଦାନ କେନ୍ଦ୍ର ଖୋଲି ଉଦଘାଟନ କରିଦେଇ ଚୁପଚାପ ବସୁଛନ୍ତି ସରକାର ।

ଚଣ୍ଡେଶ୍ଵର ପଞ୍ଚାୟତରେ ଗୋଟିଏ ଦିନ ଉଦଘାଟନ ହୋଇ ଆଉ ଟୀକାର ଦେଖା ମିଳୁନି । ସେହିଭଳି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଶହେ ମିଟର ଦୂରରେ ଥିବା ଟାଙ୍ଗୀ ପଞ୍ଚାୟତ ବାସିନ୍ଦାଙ୍କ ପାଇଁ ଆସନ୍ତା କାଲି ବଳରାମ ଦେଵ ବିଦ୍ୟାପୀଠ କୁ ପ୍ରଶାସନ ମନୋନୀତ କରିଥିବା ବେଳେ ଅଳ୍ପ ସଂଖ୍ୟକ ଟୀକାକୁ ଦିନ ଚାରିରୁ ଶହ ଶହ ଲୋକ ଧାଡି ବାନ୍ଧି ଛିଡା ହେବା ଯେତିକି କଷ୍ଟ ଦାୟକ ତାଠାରୁ ଅଧିକ କଷ୍ଟ ଦାୟକ ବୟସ୍କ ବ୍ୟକ୍ତିଙ୍କର ଦ୍ଵିତୀୟ ଡୋଜ୍ ଟୀକା ଦେବା ପାଇଁ ଭିଡ଼ ।

ଗେଟ୍ ବାହାରେ ଶହ ଶହ ଆଧାର କାର୍ଡର ଲମ୍ବା ଲାଇନ ତା ସାଙ୍ଗକୁ ନାହିଁ ସାମାଜିକ ଦୂରତା । ନା ଅଛି ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା।ଏଥିରୁ ସ୍ପଷ୍ଟ ଜଣାପଡୁଛି ସରକାର ଟିକାକେନ୍ଦ୍ର ଛତୁ ଫୁଟିଲା ଭଳି ଖୋଲି ବାହାବା ନେବା ଅପେକ୍ଷା ମହାମାରୀ କରୋନା ର ସଂକ୍ରମଣ ବଢିବ କି କମିବ କହିବା ବାହୁଲ୍ୟ । କିଛି ବୁଦ୍ଧିଜୀବି କହିଛନ୍ତି ଯଦି ସରକାର ଟିକାଦାନ କେନ୍ଦ୍ର ପଞ୍ଚାୟତ ସ୍ତରରେ ଖୋଲିବା ପାଇଁ ଏତେ ଆଗ୍ରହୀ ତ ସବୁଦିନ ଖୋଲନ୍ତୁ ନଚେତ ଅନ୍ ଲାଇନ ପଞ୍ଜିକରଣ କରି ଟୀକା ଦିଅନ୍ତୁ ନତୁବା ପ୍ରତି ଗ୍ରାମର ଅଙ୍ଗନବାଡି କେନ୍ଦ୍ର ରେ ଟିକାଦେବା ବ୍ୟବସ୍ଥା କରନ୍ତୁ।

ନହେଲେ ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ହେଉଥିବା ସତର୍କ ନରହିଲେ ଆଗାମୀ ଅଗଷ୍ଟ ମାସ ମଧ୍ୟରେ ମହାମାରୀ ତୃତୀୟ ଲହରୀ ଆସୁଥିବା ସଙ୍କେତ ଯେ ସତ୍ୟ ନହେବ କହିହେଉନି।ତୁରନ୍ତ ସରକାର ଆବଶ୍ୟକୀୟ ପଦକ୍ଷେପ ନେଇ ଏଭଳି ଭ୍ରାନ୍ତ ଧାରଣା ରୁ ନିବୃତ୍ତ ରହିବା ଏବଂ ଯେଉଁ ଟିକାଦାନ କେନ୍ଦ୍ର ରେ ଟୀକା ଦିଆଯିବ ତା ପୂର୍ବରୁ ସେହି ଟିକାଦାନ କେନ୍ଦ୍ର ଟରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଦେବା ସହ ଆଗାମୀ ଦିନରେ ଟୀକା କେନ୍ଦ୍ର ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ଦେବା ସହ ପର୍ଯ୍ୟାପ୍ତ ପରିମାଣରେ ଟୀକା ଦିଆଗଲେ ହୁଏତ କିଛି ମାତ୍ରାରେ ଗୋଷ୍ଠୀ ସଂକ୍ରମଣ କମିପାରେ ।

ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ବିଚାର କରିବାକୁ ସାଧାରଣ ରେ ଦାବି ହେଉଛି।ନଚେତ ଯଦି ଟୀକା ମହଜୁଦ ରହୁନାହିଁ ତ ଅନ୍ ଲାଇନ ପଞ୍ଜିକରଣ କରି ଅଯଥା ଭିଡ଼ ରୁ ନିବୃତ୍ତ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ଜନସାଧାରଣ।