ଟାଙ୍ଗୀ, ୩/୦୭(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲା ସୋରଣ ପଞ୍ଚାୟତ ଅନ୍ତର୍ଗତ ଘୋଡାଦୌଡ଼ ପେଣ୍ଠ ନିକଟସ୍ଥ ଯୋଗମାୟା ସାହି ନିବାସୀ ଜୟକୃଷ୍ଣ ବେହେରାଙ୍କର କନିଷ୍ଠ ପୁତ୍ର ଦୀପକ ବେହେରା ଯିଏକି ଜଣେ ସ୍ବେଚ୍ଛାସେବୀ ସହ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଗଣ ଶିକ୍ଷକ ଭାବରେ ପରିଚିତ । ଜୟକୃଷ୍ଣ ଙ୍କର ଦୁଇପୁଅ ମଧ୍ୟରୁ ବଡ଼ପୁଅ କିଛି ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ସାନପୁଅ ଦୀପକ (ଦିପୁ) ଙ୍କର ଆଜି ପୂର୍ବାହ୍ନ ରେ ଅକାଳ ମୃତ୍ୟୁ ଘଟିଛି ଯାହା ଫଳରେ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
ଦୀପକ କଳାହାଣ୍ଡି ଜିଲ୍ଲାର ମଦନଗୁଡା ପ୍ରାଥମିକ ବିଦ୍ୟାଳୟ ଲାଞ୍ଜିଗଡ଼ ରେ ସରକାରୀ ଶିକ୍ଷକ ଥିବାବେଳେ ତାଙ୍କର ଅସ୍ୱାଭାବିକ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ମର୍ମାହତ।ସୂଚନା ଯୋଗ୍ୟ କି ବିଗତ ୨୧ ତାରିଖ ଦିନ କୋଭିଡ ଟୀକା ଦେବାପରେ ଜ୍ୱର ଆରମ୍ଭ ହୋଇ ତାହା ବ୍ରେନ ମ୍ୟାଲେରିଆ ପରେ ପରେ ଲିଭର ଦଣ୍ଡିସ କୁ ବ୍ୟାପିଥିଲା।ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ସଙ୍ଘ ତରଫରୁ କୁହାଯାଇଛି ।
ଅପରପକ୍ଷରେ ତାଙ୍କ ମୃତ୍ୟୁ କୁ ନେଇ ଚିଲିକା ଆର୍ ଏସ୍ ଏସ୍ ଏବଂ ବାଣପୁର ଶାଖା ପକ୍ଷରୁ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରି ସଙ୍ଘୀୟ ମର୍ଯ୍ୟାଦା ସହ ଶବଦାହ କରାଯାଇଛି।ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ସେବା ପ୍ରମୁଖ ସୁକାନ୍ତ ବେହେରା ଏବଂ ବାଣପୁର ଶାଖା ତରଫରୁ ସ୍ୱୟଂ ସେବକ ଯୁବ ସାମ୍ବାଦିକ ସୀତାରାମ ଅଗ୍ରୱାଲ ଏବଂ ଯୁବ ସାମ୍ବାଦିକ ବିନୁ ଦାସ୍ ,ପ୍ରମୁଖ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।