ଭୁବନେଶ୍ୱର, ୨୧/୦୬;ରାଜ୍ୟରେ ହ୍ରାସ ପାଇଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୩୮ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୯୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ ଜଣ ବୃଦ୍ଧି ପାଇଛି।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୨୧ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯୦ଜଣ, ବରଗଡ଼ ଜିଲ୍ଲାରୁ ୩୯ଜଣ, ଭଦ୍ରକ ଜିଲ୍ଲାରୁ ୧୩୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୦ଜଣ, ବୌଦ୍ଧ ଜିଲ୍ଲାରୁ ୪୦ଜଣ, କଟକ ଜିଲ୍ଲାରୁ ୨୯୫ଜଣ, ଦେଓଗଡ଼ ଜିଲ୍ଲାରୁ ୧୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୦ଜଣ, ଗଜପତି ଜିଲ୍ଲାରୁ ୨୫ଜଣ, ଗଞ୍ଜାମ ଜିଲ୍ଲରାୁ ୨୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୭ଜଣ, ଯାଜପୁର ଜିଲ୍ଲାରୁ ୨୨୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୭ଜଣ, କଳାହାଣ୍ଡି ଜିଲ୍ଲାରୁ ୩୯ଜଣ, କନ୍ଧମାଳ ଜିଲ୍ଲାରୁ ୩୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୮ଜଣ, କେନ୍ଦୁଝର ଜିଲ୍ଲାରୁ ୬୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୮୧ଜଣ, କୋରାପୁଟ ଜିଲ୍ଲାରୁ ୬୮ଜଣ, ମାଲକାନଗିରି ଜିଲ୍ଲାରୁ ୪୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୩ଜଣ, ନୟାଗଡ଼ ଜିଲ୍ଲାରୁ ୧୪୦ଜଣ, ନୂଆପଡ଼ା ଜିଲ୍ଲାରୁ ୨୦ଜଣ, ପୁରୀ ଜିଲ୍ଲାରୁ ୧୮୦ଜଣ, ରାୟଗଡ଼ା ଜିଲ୍ଲାରୁ ୪୪ଜଣ, ସମ୍ବଲପୁର ଜିଲ୍ଲାରୁ ୩୦ଜଣ, ସୋନପୁର ଜିଲ୍ଲାରୁ ୨୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୦ଜଣ, ଷ୍ଟେଟ୍ ପୁଲ୍ରୁ ୭୮ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।