ଟାଙ୍ଗୀ:-୧୯/୦୬(ବିନୁ ଦାସ୍): ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଫାଣ୍ଡି ଅନ୍ତର୍ଗତ ନାଚୁଣୀ ଓଭର ବ୍ରିଜ ଉପରେ ଏକ ଜାଳେଣି କାଠ ବୋଝେଇ ଟ୍ରକ ଓଲଟି ପଡି ଡ୍ରାଇଭର ଗୁରୁତର ସହ ଟ୍ରକଟି ଓଭର ବ୍ରିଜର ପିଚୁ ରାସ୍ତା ପାର୍ଶ୍ୱରେ କଂକ୍ରିଟ ଢ଼ଳେଇ ପାଇଁ ନିର୍ମିତ ଛଡ଼ ବାଇଣ୍ଡିଙ୍ଗ ଉପରେ ମାଡିଯାଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସୂଚନା ମୁତାବକ ଡ୍ରାଇଭର ଜଣକ ବେପାରୁଆ ଗାଡି ଚାଳନା ଏବଂ ରାଜ୍ୟରେ ଲକ୍ ଡାଉନ ଏବଂ ସଟ୍ ଡାଉନ ଯୋଗୁଁ ଗାଡି ଚଳାଚଳ କମ ରହିବା ଏବଂ ସକାଳ ସମୟ ଯୋଗୁଁ ଖାଲି ଥିବା ରାଜପଥ ପାର୍ଶ୍ଵରେ କେମିତି ଲେଉଟିଲା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ରାଜପଥ ନାଚୁଣୀ ଓଭରବ୍ରିଜ କାମ ନେଇଥିବା ଠିକା ସଂସ୍ଥାର ବେପାରୁଆ କାର୍ଯ୍ୟଶୈଳୀ ।
ପ୍ରକାଶ ଥାଉକି ଏହି ଠିକାଦାର ସଂସ୍ଥା କେଉଁଭଳି ଭାବରେ ଓଭରବ୍ରିଜ କାମ ନସରୁଣୁ ସାଧାରଣ ଗାଡି ମଟର ଯିବାକୁ ଅନୁମତି ଦେବା ଏବଂ ଯଦି ଗାଡି ମଟର ଯିବା ଅନୁମତି ମିଳିଛି ତ ଯେଉଁ ସ୍ଥାନରେ କାମ ସମ୍ପୂର୍ଣ୍ଣ ହୋଇନି ଏପରିକି ଛଡ଼ ବାଇଣ୍ଡିଙ୍ଗ ସ୍ଥାନରେ କୌଣସି ସତର୍କ ସୂଚନା କିମ୍ୱା ଡିଭାଇଡ଼ର ନଲଗାଇବା ଏପରିକି ରାସ୍ତା କାମ ଚାଲୁଥିବା ବେଳେ ରାସ୍ତା ପାର୍ଶ୍ଵରେ ରେଡ଼ ରିବନ ନଲଗାଇବା ବେପାରୁଆ ମନୋଭାବ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଅଞ୍ଚଳବାସୀ କହିଛନ୍ତି ।
ଘଟଣା ସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଟ୍ରକ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ବେଳେ ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସାଧୀନ ପାଇଁ ପଠାଇଛନ୍ତି । ଏ ଦିଗରେ ରାଜପଥ ନିର୍ମାଣ ସଂସ୍ଥା ଏବଂ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ରହୁଥିବା ଯୋଗୁଁ ସବୁଦିନ ଖୋର୍ଦ୍ଧାରୁ ବାଲୁଗାଁ ପର୍ଯ୍ୟନ୍ତ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ଖୋର୍ଦ୍ଧା ଜିଲାପାଳ ଦେଖି ନଦେଖିବା ପରିସ୍ଥିତି ସୃଷ୍ଟି ହୋଇଛି । ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।