ଟାଙ୍ଗୀ, ୧୪/୦୬(ବିନୁ ଦାସ୍), ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଦିନକୁ ଦିନ ଗୋମାଫିଆ ଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ବେଳେବେଳେ ସ୍ଥାନୀୟ ଟାଙ୍ଗୀ ପୋଲିସର ରାତ୍ରିକାଳୀନ ପେଟ୍ରୋଲିଂ ଗାଡ଼ିରେ ମୃତୟନ ଥିବା ସୁରକ୍ଷା କର୍ମୀ ମଧ୍ୟ ବାଦ୍ ପଡିନାହାନ୍ତି । କିଛି ଦିନ ପୂର୍ବେ ଟାଙ୍ଗୀ ପୋଲିସର କିଛି ପୋଲିସ ଟାଙ୍ଗୀ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ଏକ ପିକପ ଯୋଗେ ପୁରୁଣା ରାଜପଥ ଉପରେ ଟାଙ୍ଗୀ ଥାନାର କିଛି ମିଟର ଦୂରରୁ ଗୋରୁ ପଲଙ୍କୁ କବଜା କରୁଥିବା ବେଳେ ଡ୍ୟୁଟିରେ ଥିବା ପୋଲିସ ଗାଡ଼ି କୁ ଧରିବାକୁ ଯାଉଥିବାବେଳେ ଓଲଟି ଗୋମାଫିଆଙ୍କର ବ୍ୟବହୃତ ଗାଡି ଓଲଟା ଟାଙ୍ଗୀ ପୋଲିସ ବାହିନୀ ଉପରକୁ ମଡ଼େଇ ଦେବାକୁ ଉଦ୍ୟମ ଥିଲେ କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ପୋଲିସ କର୍ମଚାରୀ ବଞ୍ଚିଯାଇଥିଲେ ।
କିନ୍ତୁ ବର୍ତ୍ତମାନ ଟାଙ୍ଗୀ ଥାନାରେ ଯୋଗଦେଇଥିବା ନୂତନ ଥାନାଧିକାରୀ ବିଜୟ ମଲ୍ଲିକ ଆଗରୁ ଘଟିଆସୁଥିବା ଦୁର୍ନୀତି, ରାହଜନୀ, ଜୁଆ ଆଡ୍ଡା ଚଢ଼ାଉ ଆଦି ଉଲ୍ଲେଖନୀୟ କାର୍ଯ୍ୟକରି ଅଞ୍ଚଳବାସୀଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । ପ୍ରାପ୍ତ ସୂଚନା ମୁତାବକ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ପୋଲିସର ଏକ ଟିମ୍ ଜାତୀୟ ରାଜପଥ ୧୬ ନିକଟରୁ ଦୀକ୍ଷିତ ପଡ଼ା ଛକ ଠାରେ ଏକ ଗୋରୁ ବୋଝେଇ କଣ୍ଟେନର ଓଡ଼ି-୦୨-କ୍ୟୁ-୭୫୮୬ ନମ୍ବର ବିଶିଷ୍ଟ ଗାଡିକୁ ଜବତ କରିବା ସହ ବହୁତ ଗୋରୁ ଉଦ୍ଧାର କରାଯାଇଛି ଏବଂ ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ ।
ସୂଚନାଯୋଗ୍ୟ କି ଚଣ୍ଡେଶ୍ୱର ପାଇକରା ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି ଚାନ୍ଦପୁର ବାଇପାସ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଗ୍ରାମର କିଛି ଅସାମାଜିକ ଯୁବକ ସଦାସର୍ବଦା ଜାତୀୟ ରାଜପଥ ଉପରେ ଅରାଜକତା ସହ ଆତଙ୍କରାଜ, ଲୁଟତରାଜ ଚଳାଇଛନ୍ତି ଏଥିପ୍ରତି ଟାଙ୍ଗୀ ପୋଲିସ ଦୃଷ୍ଟି ଦେଲେ ଅଧିକ ଅପରାଧ କମିବାର ବିଶ୍ୱାସ ରହିଛି । ପୋଲିସର ଏହିଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।